Posts

Showing posts from July, 2024

ମଣିଷ ଭାଗ୍ଯର ଦାସ

        କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି                       ସମ୍ପାଦକ - ସୁଦେଷ୍ଣା ଖବରକାଗଜ     ସବୁଦିନ ପରି ସେଦିନ ବି ସେ ପିଲାଟିକୁ ଅଞ୍ଚଳ ବାସିନ୍ଦା ଓ ପଥଯାତ୍ରୀ ସମସ୍ତ ଦେଖିଥିଲେ ପ୍ଲାଷ୍ଟିକ୍‌ ବଟଲ୍‌ ଗୋଟେଇବାର । ଜୀଣ୍ଣଶୀଣ୍ଣ ଶରୀର ; ପଞ୍ଜରା ହାଡ଼ ଗଣି ହୋଇଯାଉଛି । ପେଟଟା ପଶି ଯାଇଛି ଭିତରକୁ ; ମିଶି ଯାଇଛି ପିଠି ସାଥିରେ । ଟାକୁଆ ଗାଲକୁ କହରା କେଶ ; କଳା ମଚମଚ ଶରୀର । ସତେ ଅବା କୋଇଲା ଖଣିରୁ ଶ୍ରମିକ ଜଣେ ବାହାରି ଆସିଛି । ଆଖି ଯୋଡ଼ିକ ପେଜୁଆ ଓ କୋରଡ଼; ସତେ ଅବା ଭରଣେ ଲେଖାଁ ଚ଼ାଉଳ ଧରିବ । ଚ଼ିରା ଫଟା ଡ୍ରେସ୍‌ , ସେ ପୁଣି କୋଉ ଯୁଗରୁ ସଫା ହୋଇନି । ଏଭଳି ଦୟନୀୟ ଅବସ୍ଥା ଦେଖି ଆବାକାବା ହୋଇଯା'ନ୍ତି ଦେଖଣାହାରୀ । ସବୁଦିନ ସକାଳ ଆଠଟା ବାଜିଲେ ସହରର ଗଳିକନ୍ଦିକୁ ବାହାରି ପଡ଼େ ଜରିପାଲ ଅଖାଟି ଧରି ପିଲାଟି । ସହରର ପ୍ରତି କୋଣାନୁକୋଣ ବୁଲି ବୁଲି ପ୍ଲାଷ୍ଟିକ୍‌ ଓ ଜରି ବଟଲ୍‌ ଗୋଟାଇ ମହାଜନୀକୁ ନେଇ ଦିଏ ଏବଂ ତା'ଠାରୁ ସେସବୁର ପ୍ରତିବଦଳରେ କିଛି ଅର୍ଥ ଆଣି ଆସେ । ସେହି ଅର୍ଥରେ ତା'ର ଘର ଚ଼ଳେ । ଦିନଯାକ ବୁଲି ବୁଲି ଖରା-ବର୍ଷା-ଶୀତ-କାକରର କୋପ ସହି ସହି ମହାଜନୀ ପାଖରେ ଯାଇ ସେସବୁ ପହଞ୍ଚାଇବା ପରେ ମାତ୍ର ଶହେ କି ଦେଢ଼ଶହ ଟଙ୍କା ମିଳେ । ସେହି ଅର୍ଥରେ ତା'ର ଘର ଚ଼ଳ...

ଭକ୍ତି ସୁମନ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି  ଭଜେ ବାସୁଦେବ ହରି ଭକ୍ତିଭାବ ହୃଦେ ଭରି ଭରା ସିନ୍ଧୁ ଭବ ବାରି ଭଲେ କି ହୋଇବି ପାରି ,             ଭୁଲାମନ ଭୁଲି ଯାଉଛି ; ଭକ୍ତିମାର୍ଗ ଜଣା ନାହିଁ ମତେ ନଦିଅ ମୁରୁଛି ।୧ ଭକତ ବତ୍ସଳ ବୋଲି ଭବେ ସିନା ପଡ଼େ ହୁରି ଭାସି ଗଲି ଭବଜଳେ ଭଗବତ ନିଅ ତୋଳି ,           ଭଉଁରୀ ଜାଲ କରେ ଧରି ; ଭକ୍ଷଣାର୍ଥେ ଛକି ବସିଛି କାଳ ରୂପୀ ଶିକାରୀ ।୨ ଭକ୍ତ ପାଇଁ ଭଗବାନ ଭାରତେ ଏହି ପ୍ରମାଣ  ଭକ୍ତ ଦୁଃଖ ନାଶି ଭବେ ଭକ୍ତାଗ୍ରାହୀଟି ଆପଣ ,            ଭଜିଥିଲେ ଗଜ - ମୃଗୁଣୀ ; ଭାବେ ବିହ୍ୱଳିତ ହୋଇ ତାଙ୍କୁ ନେଲେକ ଆପଣି ।୩ ଭଜିଲା ଦିନେ ପାଞ୍ଚାଳୀ ଭକ୍ତିଭାବ ମନେ ଭରି ଭକ୍ତର ଅସହାୟତା ଭାବି ଉଭା ହେଲ ହରି ,            ଭରିଦେଲ କୋଟି ବସନ ; ଭଗାରିହସା ହୋଇଲେ ଦୁଃଶାସନ-ଦୁର୍ଯ୍ୟୋଧନ ।୪ ଭଗବାନ କୁହ ମୋତେ ଭାଲେ ମୋ' କଷଣ କେତେ ଭବଦୁଃଖ ହର ମୋର ଭଜେ ବିଷ୍ଣୁ ଭକ୍ତିପୂତେ ,             ଭଣୁଛି ମୁଁ କାବ୍ଯଭୂଷଣ ; ଭାବଗ୍ରାହୀ ଘେନ ମୋର ଏଇ ଭକତି ସୁମନ ।୫ ପ୍ରତିଷ୍ଠାତା / ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

ଆଦ୍ଯାଶକ୍ତି ଦେବୀ ସୁଭଦ୍ରା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି      ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀମନ୍ଦିରରେ ପୂଜା ପାଆନ୍ତି ଦୁଇ ଭାଇ ଜଗା-ବଳିଆଙ୍କ ମଝିରେ ସୁଭଦ୍ରା ଯିଏକି ଦେଖିବାକୁ ପୀତ ବର୍ଣ୍ଣ ଏବଂ ଅତି ଅଲିଅଳି ଭଗିନୀ । ଦ୍ବାପର ଯୁଗରେ ବି ସେ ଶ୍ରୀକୃଷ୍ଣ-ବଳରାମଙ୍କ ଭଗ୍ନୀ ଥିଲେ । ସେ ନନ୍ଦଙ୍କ ଔରସରୁ ଯଶୋଦାଙ୍କ ଗର୍ଭରୁ ଜାତ ହୋଇଥିଲେ ଯିଏକି ଥିଲେ ସ୍ବୟଂ ଅଷ୍ଟଭୁଜା ଯୋଗମାୟା । ସେ କାହାଣୀ ସମସ୍ତେ ଅବଗତ ପ୍ରାୟ । ଯୋଗମାୟା କଂସ ହାତରୁ ଖସି ଚେତାବନୀ ଦେଇ ଅନ୍ତର୍ଦ୍ଧାନ ହେବା ପରେ ସେ କାମ୍ପିଲ୍ଯ ଦେଶରେ ଦ୍ରୌପଦୀଙ୍କ ସ୍ବୟମ୍ବର ଯାଏଁ ସେଠାରେ ନିବାସ କରିଥିବାରୁ ସେ "କାମ୍ପିଲ୍ଯବାସିନୀ ନାମ ବହନ କଲେ । ସେ ତୃତୀୟ ପାଣ୍ଡବ ଅର୍ଜୁନଙ୍କର ସ୍ତ୍ରୀ ହୋଇଥିଲେ । ସେ ଶ୍ରୀମନ୍ଦିରରେ ଭୁବନେଶ୍ବରୀ ବା ମା' ସୁଭଦ୍ରା ରୂପେ ଆରାଧ୍ୟା । ସେଥିପାଇଁ ସଂସ୍କୃତ ଶ୍ଳୋକରେ ବିପ୍ରବର ଉଚ୍ଚାରଣ କରନ୍ତି - "ମଧ୍ୟେ ଦେବୀ ପରାତ୍ପରା ଭଗବତୀ ମାତ୍ରାକୃତି ରୂପିଣୀ ନିର୍ଲିପ୍ତା ଗୁପ୍ତଦେହା ତ୍ରିଲୋକ ଜନନୀ ସୂକ୍ଷ୍ମରୂପା ବିଚିତ୍ରା ଦେବୀ ମାନନ୍ଦକନ୍ଦା କନକ ତନୁ ଧରା ସର୍ବସୌଭାଗ୍ଯ ରୂପା ଦେହିମେ ମୁକ୍ତି ଭକ୍ତି ପ୍ରଦାୟିନୀ ଯୋଗମାୟାଂ ସ୍ମରାମି ।"        ସୁଗୁଣରୁ ନିର୍ଗୁଣ ହେବାକୁ ସ୍ବରାଟକୁ ବିରାଟରେ ମିଶାଇବାକୁ ମାତୃ ଚେତନା ହିଁ ପ୍ରାଥମିକ ଆବଶ୍ଯକତା , ଆଉ ଏ ମାତୃଶକ୍ତି ହେଲେ ମାଆ ସୁଭଦ୍ରା । ସୁଭଦ୍ରା ଶ...

ସାହିତ୍ଯରେ ଆତ୍ମପ୍ରଚାର

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି     ଖୁବ୍‌ ଜୋର୍‌ରେ ଚାଲିଛି ଓଡ଼ିଆ ଭାଷା - ସାହିତ୍ଯର ପ୍ରଚାର ପ୍ରସାର ; ମାଳମାଳ କବି , କବୟିତ୍ରୀ ଓ ସାହିତ୍ଯିକ । ସମସ୍ତେ ଜଣେ ଜଣେ ଲେଖକ , ପାଠକ ଘର ପ୍ରାୟତଃ ଶୂନ୍ଯ । ଅହରହ ଆୟୋଜନ ସାହିତ୍ଯ ସଭା ; ବଚନ ମଧୁର କିନ୍ତୁ ଅନ୍ତରେ ଜହର । ନିଜ ନିଜର ଆତ୍ମବଡ଼ିମାର ପରିପ୍ରକାଶ । ସମସ୍ତେ ସମ୍ବର୍ଦ୍ଧିତ ପ୍ରତିଭା , ଦର୍ଶକ ଓ ଶ୍ରୋତା ପ୍ରାୟ ନାହାନ୍ତି କହିଲେ ଚଳେ । ଛପା କାଗଜ ଖଣ୍ଡେ ପାଇଁ ଛପା ନୋଟ୍‌ ଗୁଡ଼ାକ ପବନର ଗତିରେ ଇତଃସ୍ତତ ଭାବେ ଧାବମାନ । ସଂସ୍ଥା ପରେ ସଂସ୍ଥା ମୁଣ୍ଡ ଟେକି ଛିଡ଼ା ହୁଏ ହାତ ଟେକା ଧନରେ । କ'ଣ ନା ଆମେ ସାହିତ୍ଯ ଚାଷୀ । ସାରସ୍ବତ କ୍ଷେତରେ ଫଳାଉଛୁ ସୁନାର ଫସଲ ।       ଯାହା ସଂସ୍ଥାକୁ ନେଇ ଯିଏ ଗର୍ବ କରେ । ନୂଆ ସଂସ୍ଥାଟେ ଗଢ଼ି ଉଠିଲେ କୁଦୃଷ୍ଟି ବର୍ଷା ଅଚାନକ ଅଜାଡ଼ି ହୋଇପଡ଼େ । ଅଜବ ଗଜବ ବ୍ଯବହାରରେ ବେଳେବେଳେ ବଳି ପଡ଼ିଯାଏ ସଂସ୍ଥା ତ ବେଳେବେଳେ ଯଥାସାଧ୍ୟ ଚେଷ୍ଟାରେ ବହୁତ ପ୍ରସାରୀ ପାଲଟି ଯାଏ । ଅର୍ଥ ଦେଇ ସ୍ବାର୍ଥ କିଣାକିଣି ବେଶ୍‌ ବଢ଼ିଯାଏ । ନାମକରା ବକ୍ତା ମାନଙ୍କର ବଛାବଛିରେ ସାହିତ୍ଯ ସମୃଦ୍ଧ ହୁଏ । ଏମିତି ବି ଦୃଶ୍ଯ ହୁଏ , ନିଜ ନିଜ ଭିତରେ ସମ୍ବର୍ଦ୍ଧନାର ଆବଣ୍ଟନ ଚାଲେ । "ଧନ ଦିଅ ମାନ ନିଅ"ର ପରୋକ୍ଷ ପ୍ରଚାର ବେଶ୍‌ ଭଲରକମ ହୁଏ ।       ସମସ୍ତେ ମଞ୍ଚାସୀନ ହେବାର ଆଶା ସଞ...