ଏବେ ମୁଁ ସତୃଷ୍ଣ
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି ମୁଁ ପରାଜିତ ସମୀରଣ ; ପ୍ରୀତି ପିଚ୍ଛିଳ ପଥର ଭ୍ରାନ୍ତ ମାର୍ଗଯାତ୍ରୀଟିଏ । ପଥଭ୍ରଷ୍ଟ ହୋଇ ଅପଥେ ପଥିକ ସାଜି ଅଶ୍ରୁସିକ୍ତ ଜୀର୍ଣ୍ଣବାସେ ଅଳୀକ ପଥ ଯାତ୍ରୀ । କାହିଁକି ମୁଁ ଆପଣିଲି କ୍ଷଣିକ ସୁଖ ସମ୍ଭାର ଯାହା ପର ମୁହୂର୍ତ୍ତରେ ଗ୍ରାସିଲା ହୋଇ ଅନ୍ଧାର । ହାରିଗଲି ମୁଁ ସୁଖ ଅନ୍ତେ ଦୁଃଖ ଜୀବନ ବେକାର ଏବେ ମୁଁ ସତୃଷ୍ଣ । ସମ୍ପାଦକ(ପ୍ରତିଷ୍ଠାତା) - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ ଓ ସୁଦେଷ୍ଣା(ଖବରକାଗଜ) ଭାଟପଡ଼ା , ନିରାକାରପୁର , କଣାସ , ପୁରୀ ଯୋଗାଯୋଗ - ୮୨୪୯୭୭୨୩୬୧