ଏବେ ମୁଁ ସତୃଷ୍ଣ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ମୁଁ
ପରାଜିତ ସମୀରଣ ;
ପ୍ରୀତି ପିଚ୍ଛିଳ ପଥର
ଭ୍ରାନ୍ତ ମାର୍ଗଯାତ୍ରୀଟିଏ ।
ପଥଭ୍ରଷ୍ଟ ହୋଇ
ଅପଥେ ପଥିକ ସାଜି
ଅଶ୍ରୁସିକ୍ତ ଜୀର୍ଣ୍ଣବାସେ
ଅଳୀକ ପଥ ଯାତ୍ରୀ ।
କାହିଁକି ମୁଁ ଆପଣିଲି
କ୍ଷଣିକ ସୁଖ ସମ୍ଭାର
ଯାହା ପର ମୁହୂର୍ତ୍ତରେ
ଗ୍ରାସିଲା ହୋଇ ଅନ୍ଧାର ।
ହାରିଗଲି ମୁଁ
ସୁଖ ଅନ୍ତେ ଦୁଃଖ
ଜୀବନ ବେକାର
ଏବେ ମୁଁ ସତୃଷ୍ଣ ।
ସମ୍ପାଦକ(ପ୍ରତିଷ୍ଠାତା) - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ ଓ ସୁଦେଷ୍ଣା(ଖବରକାଗଜ)
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment