ଆଇନା ଦେଖୁଛି ରାଧା ସଜେଇ ହେବ
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି ଆଇନା ଦେଖୁଛି ରାଧା ସଜେଇ ହେବ ଆଇନା ବୁଝେନା ତା'ର କେମିତି ଭାବ ; ନୂଆ ଆଇନା ଭାରି ଆଦର , ପୁରୁଣା ହେଲେ ହେବ ଅସାର , ନୂଆ ଗୋଟେ ପାଇଁ ମୀନାବଜାର ଯିବ ।୦। ଆଇନା ସାଥିରେ ଭାବ ଅଢ଼େଇ ଦିନ ଚନ୍ଦ୍ରସେଣା ଆସିଗଲେ ଭାଙ୍ଗିବ ସ୍ବପ୍ନ ; ଆଉ ସେ କୁହ କାହାର ହେବ , କିଏ ବା ଆଉ ଭଲପାଇବ , ଅଳିଆଗଦାଟି ତା'ର ନିବାସ ହେବ ।୧। ନୂଆ ନୂଆ ରାଧିକାର ଡେଣା ଲାଗିଛି ଭଲ - ମନ୍ଦ କିବା ତାକୁ ଜଣା ପଡୁଛି ! କଂସା ମାଠିଆ କିଛି ନହେବ , ମାଜି ଦେଲେ ସେ ନୂଆ ଦିଶିବ , ରାଧା ମାଟି ହାଣ୍ଡି ହୋଇ ତୁଟୁନି ଗର୍ବ ।୨। ସବୁ ଜାଣି ଅବୁଝା ବି ହୁଏ ଆଇନା କ୍ଷଣିକ ସୁଖ ନିମିତ୍ତ କେତେ ବାହାନା ; ...