ଆଇନା ଦେଖୁଛି ରାଧା ସଜେଇ ହେବ

  କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି           


     ଆଇନା ଦେଖୁଛି ରାଧା ସଜେଇ ହେବ 
    ଆଇନା ବୁଝେନା ତା'ର କେମିତି ଭାବ ;
          ନୂଆ ଆଇନା ଭାରି ଆଦର ,
        ପୁରୁଣା ହେଲେ ହେବ ଅସାର ,
   ନୂଆ ଗୋଟେ ପାଇଁ ମୀନାବଜାର ଯିବ ।୦।

      ଆଇନା ସାଥିରେ ଭାବ ଅଢ଼େଇ ଦିନ
      ଚନ୍ଦ୍ରସେଣା ଆସିଗଲେ ଭାଙ୍ଗିବ ସ୍ବପ୍ନ ;
          ଆଉ ସେ କୁହ କାହାର ହେବ , 
            କିଏ ବା ଆଉ ଭଲପାଇବ ,
     ଅଳିଆଗଦାଟି ତା'ର ନିବାସ ହେବ ।୧।

       ନୂଆ ନୂଆ ରାଧିକାର ଡେଣା ଲାଗିଛି
      ଭଲ - ମନ୍ଦ କିବା ତାକୁ ଜଣା ପଡୁଛି !
           କଂସା ମାଠିଆ କିଛି ନହେବ ,
          ମାଜି ଦେଲେ ସେ ନୂଆ ଦିଶିବ ,
     ରାଧା ମାଟି ହାଣ୍ଡି ହୋଇ ତୁଟୁନି ଗର୍ବ ।୨।

        ସବୁ ଜାଣି ଅବୁଝା ବି ହୁଏ ଆଇନା
      କ୍ଷଣିକ ସୁଖ ନିମିତ୍ତ କେତେ ବାହାନା ;
         ନିଶ୍ଚେ ଭୋଗ ହେବ ପରାଭବ ,
          ବୁଝିଲା ବେଳେ କିଛି ନଥିବ ,
   ଲୁହ ପୋଛିବାକୁ କେ' ଜଣେ ନ ଆସିବ ।୩।

  ସମ୍ପାଦକ(ପ୍ରତିଷ୍ଠାତା) -ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ସମ୍ପାଦକ - ସୁଦେଷ୍ଣା ଖବରକାଗଜ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା