ଜୀବନ୍ତ କାକୁଡ଼ି
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ବିଶାଳ ସମୁଦ୍ରୋଦରରେ
ବିଚିତ୍ର ବିସ୍ମୟ ଅଲୌକିକ ଜୀବ
ଅନେକ ତ ଅଛନ୍ତି
ଯାହାର କଳନା ନାହିଁ ।
ହେଲେ ,
ଏକ ନିଆରା ସାମୁଦ୍ରିକ ପ୍ରାଣୀ
ମତେ ବିସ୍ମୟାଭିଭୁତ କରିଦେଲା
ଯାହାକୁ ମୁଁ ପ୍ରଥମ ଥର ଦେଖିଲି ।
ନିଜ ଆଖିକୁ ବି ମୁଁ ନିଜେ
ବିଶ୍ବାସ କରିପାରି ନଥିଲି ସେକାଳେ
ମୋ' ଦୃଷ୍ଟିଟା ଅଟକି ଗଲା ସେହି
ବିସ୍ମିତ ସାମୁଦ୍ରିକ ପ୍ରାଣୀଟି ପାଖରେ ।
ବେଳାଭୂମିର ବାଲୁକାରାଶିରେ
ପଦଚାରଣ କରୁ କରୁ ମୋର
ଦୃଷ୍ଟି ପରିସର ଭିତରକୁ ଆସିଗଲା
ସେଇ ସୁନ୍ଦର ବିଚିତ୍ର ପ୍ରାଣୀଟି ।
ହଠାତ ଦେଖିଲି ବେଳାଭୂମିର
ବାଲୁକାରାଶିରେ ଢ଼େଉର ଶେଷ ସୀମାରେ
କେମିତି କେଜାଣି ଚାଲି ଆସିଥିବା
ପ୍ରକୃତିର ବିସ୍ମୟ ଜଳଜୀବଟିକୁ ।
ହଠାତ୍ ସ୍ତମ୍ଭୀଭୂତ ହୋଇ
ସ୍ତମ୍ଭ ପରି ଛିଡ଼ା ହୋଇଗଲି ମୁଁ
ସେହି ସମୟତକ ଯୋଉ ସମୟତକ
ମୋ' ଦୃଷ୍ଟିଟି ସେ ପ୍ରାଣୀଟି ଉପରେ ଥିଲା ।
ମତେ ଏମିତି ଲାଗୁଥିଲା
ଯେମିତି ଗୋଟେ ବଡ଼ କାକୁଡ଼ି
ସାଗର ତଟର ବାଲୁକାରାଶି ଉପରେ
କେହି ଜଣେ ଫିଙ୍ଗି ଦେଇଛି ।
ଭଲ ଭାବରେ ନିରୀକ୍ଷଣ ପରେ
ହଠାତ୍ ଏକ ଘଟନା ମତେ
ଆହୁରି ଚକିତ କରି ପକେଇଲାଲ
ଯାହା ମୁଁ ଅଧିକ ଅଭିଭୁତ ହେଲି ।
ହଠାତ୍ ସେ ଚାଲିବାକୁ ଆରମ୍ଭ କଲା
ଧିରେ ଧିରେ କାକୁଡ଼ିଟି
ସମୁଦ୍ରର ଗଭୀର ଜଳରାଶିରେ
ଲୀନ ହୋଇଗଲା ।
ମୁଁ ସେମିତି ଚାହିଁ ରହିଥାଏ
ଅପଲକ ନେତ୍ରରେ ସାଗରକୁ
ଜଣେ ମତ୍ସ୍ଯଜୀବୀଙ୍କଠୁ ଜାଣିଲି
ଚକିତ କରିଥିବା ଜୀବଟିର ପରିଚୟ ।
ତାଙ୍କ ଉତ୍ତର ଥିଲା ଯେ
ଜୀବଟିର ନାଁ ସମୁଦ୍ର କାକୁଡ଼ି
ଏକ ପ୍ରକାର ସାମୁଦ୍ରିକ ମତ୍ସ୍ଯ
ଦୂରକୁ କାକୁଡ଼ିର ଭ୍ରମ ସୃଷ୍ଟି କରେ ।
ସେଦିନର ଦୃଶ୍ଯ ଏବେ ବି ସୁଦ୍ଧା
ମୋ' ଚକ୍ଷୁପଟ୍ଟର ପ୍ରତିଲିପି
ନିଆରା ଥିଲା ସେ ଦୃଶ୍ୟ
ଆତ୍ମବିଭୋର କରିଦେଇଥିଲା ।
ପ୍ରତିଷ୍ଠାତା / ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment