ଝରୁଥାଉ ନିରନ୍ତର
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ପୁରୀ ଜିଲ୍ଲା ମଧ୍ୟେ କଣାସ ଅଞ୍ଚଳ
ପବିତ୍ର ମୋର ଏ ଗାଆଁ
ଗାଆଁ ନୁହେଁ ସିଏ ମାଆଟିଏ ମୋର
ଭାଟପଡ଼ା ତା'ର ନାଆଁ ।୧
ଏଇ ଗାଆଁ ଧାରେ କୁଳୁକୁଳୁ ସ୍ବରେ
ପୂତ ପୟୋଧି ମକରା
ବହି ଯାଉଅଛି ସ୍ବଚ୍ଛ ଜଳରାଶି
ମାଆ ତା'ର ଦଧିଭଦ୍ରା ।୨
ନଦୀ ନୁହେଁ ସିଏ ଆହାର ସେ ଦିଏ
ଉଦର ପୋଷେ ଧୀବର
ଜଳର ଅଭାବ ଦେଖିନାହୁଁ କେବେ
ଆସିଲେ ଗ୍ରୀଷମ କାଳ ।୩
ଦୟାର ସାଗର ମାଆଟି ଆମର
ପୁଣ୍ୟର ସେ ଗନ୍ତାଘର
ତା' ପାଦେ ଆମର କୋଟି ନମସ୍କାର
ଝରୁଥାଉ ନିରନ୍ତର ।୪
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment