ମୁଁ ସଙ୍ଗୀତ ଦୁନିଆର ସାରସ୍ବତ ସାଧକ
- Get link
- X
- Other Apps
ଶିବ ପ୍ରସାଦ ବାହିନୀପତି
ମୁଁ ସଙ୍ଗୀତ ଦୁନିଆର ସାରସ୍ବତ ସାଧକ
ସ୍ବର ସଂରଚନା ମୋର ଅମାପ ଅନେକ ;
କେବେ ବିରହୀ ଗାୟକ
କେବେ ସାଜେ ମୁଁନାୟକ
କେବେ କେବେ ପୁଣି ଛଳନାର ଖଳନାୟକ । ୧
କେବେ ଭଗୀରଥ ହୋଇ ଘୋର ତପ ଆଚରେ
ଧୋଇବାକୁ ଧରିତ୍ରୀ ଚରଣ ଜାହ୍ନବୀ ନୀରେ ;
କେବେ ଭକ୍ତ ପ୍ରବର
କେବେ ନାସ୍ତିକ ନର
କେବେ କେବେ ମୁଁ ଗଜଲର ଗରିଷ୍ଠ ଗାୟକ । ୨
ସଙ୍ଗୀତର ସାତସୂରେ ବନ୍ଧା ମୋର ଜୀବନ
ସଙ୍ଗୀତର ସ୍ପର୍ଶ ପ୍ରାପ୍ତେ କଥା କହେ ପାଷାଣ ;
କେବେ କାହା ହୃଦ ଜିଣେ
କେବେ ବିଷ ବୀଜ ବୁଣେ
ସଙ୍ଗୀତର ଶାଶ୍ବତ ସ୍ବରେ ଗଢ଼ି ତୋଳେ ସମ୍ପର୍କ । ୩
ମୋ ସଙ୍ଗୀତେ ଦୃଶ୍ୟ କେବେ ଗିରି ବନ ନିର୍ଝର
ନଦୀ ସରୋବର ଅପୂର୍ବ ପ୍ରକୃତି ସମ୍ଭାର ;
କେବେ ମରେ କେବେ ମାରେ
କେବେ ଜିତେ କେବେ ହାରେ
ଯେତେ ଭୁଞ୍ଜିଲେ ସରେନି ମୋ ସଙ୍ଗୀତର ଭୋକ । ୪
ସଙ୍ଗୀତ ମୋ ପାଇଁ ସରୁ ତଣ୍ଡୁଳର ଅନ୍ନ
ସେ ମିଷ୍ଟାନ୍ନ ବ୍ଯଞ୍ଜନ ଭୁଞ୍ଜି ରଖିଛି ମୋ ପ୍ରାଣ ;
ତା' ବିହୁନେ ଏ ଜୀବନ
ନାହିଁ ମୋର ପ୍ରୟୋଜନ
ସଦା ରଖିବି ସାଇତି ତାକୁ ଜୀବନ ଯାକ । ୫
ସଙ୍ଗୀତ ଏମିତି ସୁରା ତା'ର ଅଜବ ନିଶା
କାହା ପାଇଁ ସେ ମନୋରଞ୍ଜନ ମୋ ପାଇଁ ପେଶା ;
ସଙ୍ଗୀତ ମୋ ରକ୍ଷାସୂତ୍ର
ସଙ୍ଗୀତ ମୋ ଖାଦ୍ୟ ବସ୍ତ୍ର
ସଙ୍ଗାତ ମୋର ନବର ମୁଁ ସଙ୍ଗୀତ ଭିକ୍ଷୁକ । ୬
ଭାଟପଡ଼ା,ନିରାକାରପୁର କଣାସ,ପୁରୀ
- Get link
- X
- Other Apps
Comments
Post a Comment