ବୋଉଲୋ ମୋର
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ଆକାଶେ ଚନ୍ଦ୍ରମା ଜଳରେ ଛାଇ
ଗୋରୀ କନିଆକୁ କାଳିଆ ଜ୍ବଇଁ
ବୋଉଲୋ ମୋର
କିବା ଅପରାଧ କରିଲି ତୋର
ବୋଉଲୋ ମୋର ।୧
ଶୋଷ ବେଳେ ଲେମ୍ବୁ ମିଶିରି ଖୋଜା
ବିନା ଯଉତୁକେ କରିଲୁ ବିଭା
ବୋଉଲୋ ମୋର
ଦେଲୁ ନାହିଁ ଜମା ଭାର ବେଭାର
ବୋଉଲୋ ମୋର ।୨
ପତ୍ର ଆଢ଼ୁଆଳେ ଫଳ ଲୁଚିଛି
ଗୋଦଡ଼ା ଗୋଡ଼ରେ ଆଳୁ ଫଳିଛି
ବୋଉଲୋ ମୋର
ହାତୀ ଶୁଣ୍ଢ ପରି ନାକଟି ତା'ର
ବୋଉଲୋ ମୋର ।୩
ପତ୍ର ଆଡ଼େଇଲେ ଫଳ ପାଇବି
କାନକୁ ଶୁଭୁନି କାଲା ଜୋଇଁଟି
ବୋଉଲୋ ମୋର
ଗଣି ହୋଇଯାଏ ପଞ୍ଜରା ହାଡ଼
ବୋଉଲୋ ମୋର ।୪
ହଳଦିଆ ଲୁଗା ବନବାସକୁ
ବାହାଡ଼ା ଦାନ୍ତିଆ ଜୋଇଁ କରିଛୁ
ବୋଉଲୋ ମୋର
ବ୍ରଣରେ ଭରତି ମୁହଁଟି ତା'ର
ବୋଉଲୋ ମୋର ।୫
ଜନମରୁ ହୀନ କପାଳୀ ଦୁଃଖୀ
କଖାରୁ ପରିକା ତାହାର ଆଖି
ବୋଉଲୋ ମୋର
ଖନା ବରକୁ ଦେଲି ଚାରମାଳ
ବୋଉଲୋ ମୋର ।୬
ଶ୍ରୀଫଳ ପାଦପ ଧାଡ଼ିକି ଧାଡ଼ି
ତା' ମୁଣ୍ଡରେ ନିଖ ଉକୁଣୀ ଖାଲି
ବୋଉଲୋ ମୋର
କାଛୁ କୁଣ୍ଡିଆରେ ଭର୍ତ୍ତି ଶରୀର
ବୋଉଲୋ ମୋର ।୭
ଉଡ଼ିଗଲେ କାଉ କଜ୍ଜଳପାତି
ଛୋଟି ବୋଲି ଦେଲୁ ଛୋଟାକୁ ଦେଖି
ବୋଉଲୋ ମୋର
ଛକା ବର ସାଥେ କରିବି ଘର
ବୋଉଲୋ ମୋର ।୮
ସମ୍ପାଦକ(ପ୍ରତିଷ୍ଠାତା) - ସୁଦେଷ୍ଣା ଖବରକାଗଜ ,
ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଟ୍ରିଂ ଟ୍ରିଂ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment