ଦୁର୍ଗତିନାଶିନୀ ମାଆ ଦୁର୍ଗା
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ପୁଣି ଥରେ ବରଷକ ପରେ ଧରାପୃଷ୍ଠେ
ଅବତରିଛନ୍ତି ଦୁର୍ଗତିନାଶିନୀ ମାଆ
ଚତୁର୍ଦ୍ଦିଗେ ଖେଳିଯାଏ ଆନନ୍ଦ ଉତ୍ସାହ
ସର୍ବଜନଙ୍କ ମନ ଆଜି ଆକାଶଛୁଆଁ ।୧
ଓଠରେ ହସ ଓ ମନରେ ଆନନ୍ଦ ନେଇ
ଆଜି ସମସ୍ତେ ମାତୃପ୍ରେମରେ ମତୁଆଲା
ଭକ୍ତି ରୂପକ ମଦ୍ଯପାନ କରି ସମସ୍ତେ
ଶ୍ରଦ୍ଧା ନିଶାରେ ଝୁଲିବାର ମଜା ନିଆରା ।୨
ସୁବାସିତ ଗନ୍ଧ ବାସ ଧୂପର ମହକ
ଚତୁର୍ଦ୍ଦିଗେ ପରା ଆଜି ହୁଏ ପରିବ୍ଯାପ୍ତ
ଦୁର୍ଗାମାତାଙ୍କ ଆଶିର୍ବାଦରେ ଏହି ଧରା
ସତରେ ଆଜି କେତେ ଯେ ପୂତ ପବିତ୍ର !!!୩
ବେଦଜ୍ଞ ବ୍ରାହ୍ମଣର ବେଦମନ୍ତ୍ର ପାଠରେ
ଧରାରେ ଖେଳିଯାଏ ସଙ୍ଗୀତର ମୂର୍ଚ୍ଛନା
ଘଣ୍ଟଘଣ୍ଟା କାହାଳି ମୃଦଙ୍ଗ ଶବଦରେ
ଦେବୀ ଦୁର୍ଗାଙ୍କର ହୁଏ ପବିତ୍ର ବନ୍ଦନା ।୪
ମାଳ ମାଳ ହୋଇ ସୁସଜ୍ଜିତ ତୋରଣରେ
ଝଲସି ଉଠେ ରଙ୍ଗୀନ ବିଜୁଳି ଆଲୋକ
କେଉଁଠି ରୌପ୍ଯ କନକ ମେଢ଼ ତ କେଉଁଠି
ସୋଲ କାଗଜ କାଠ ବାଉଁଶରେ ପ୍ରସ୍ତୁତ ।୫
ପ୍ରେମ ମୈତ୍ରୀ ସଦ୍ଭାବରେ ଆପ୍ଯାୟିତ
ଏ ଜଗତେ ଆଜି ଭାଇଚାରାର ସମ୍ପର୍କ
ସର୍ବତ୍ର ହୁଏ ଦୃଶ୍ଯମାନ ଏଠି ଅନେକ
ସ୍ନେହ ପ୍ରେମର ଅପୂର୍ବ ନିବିଡ଼ ବନ୍ଧନ ।୬
ସତରେ କେତେ ଆନନ୍ଦ ଲାଗେ ଏ ପୂଜା
ସବୁଦିନ ପାଇଁ ରୁହନ୍ତେ କି ଦୁର୍ଗାମାତା
ଯେତେ ଅନ୍ୟାୟ ଅତ୍ଯାଚାର ବାଦବିବାଦ
ସଂସାରୁ ସବୁଦିନ ପାଇଁ ତୁଟି ଯାଆନ୍ତା ।୭
ପୁନର୍ବାର ଫେରନ୍ତା ସତ୍ଯଯୁଗ ଧରାରେ
ଶାନ୍ତି ପ୍ରୀତି ମଇତ୍ରୀ ହୁଅନ୍ତା ପ୍ରତିଷ୍ଠିତ
ଅଧର୍ମ ଅନୀତି ଶୋଷଣ ଯେତେକ ତୁଟି
ପ୍ରତ୍ଯାବର୍ତ୍ତନ କରନ୍ତା ପୁଣି ରାମରାଜ୍ଯ ।୮
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
- Get link
- X
- Other Apps
Comments
Post a Comment