ଦୀପାବଳି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


ଅଭିନନ୍ଦନ ଘେନ ଅଭିନନ୍ଦନ 
ଦୀପାବଳି ପରବ କର ପାଳନ । 
ଜାଳିଦିଅ ପ୍ରଦୀପ ଯାଉ ତମସା
ମନେ ସଞ୍ଚରୀ ବନ୍ଧୁ ନବୀନ ଆଶା ।
ଉଆଁସ ରଜନୀରେ ଉଇଁବ ଜହ୍ନ 
ଉତ୍‌ଫୁଲ୍ଲିତ ହେବ ସବୁରି ମନ ।
ଦେଖିଚାହିଁ ବନ୍ଧୁ ଜାଳିବ ପ୍ରଦୀପ
କିଛି ଅଘଟଣ କେବେ ନ ହୋଇବ ।
ଧପଧପି ଫୁଲଝରି ଚକ୍ରିବାଣ
କଲିରିଫୁଲ ବାଣ ଦୋକାନୁ କିଣ ।
ସାପବାଣ କୁମ୍ପିବାଣ ଦିଆସିଲି
ବାଣ ସବୁ କିଣି ପାଳ ଦୀପାବଳି ।
ଉଚ୍ଚଶକ୍ତି ସମ୍ପନ୍ନ ଯେତେକ ବାଣ
ଫୁଟାନାହିଁ ଶବ୍ଦ ହେବ ପ୍ରଦୂଷଣ ।
ଏ ବାଣରେ ଅଛି କେତେ ଯେ ବିପଦ
ଭାଷାରେ କହିବା ନୁହଁଇ ସମ୍ଭବ ।
ତେଣୁ ହେ ବନ୍ଧୁ ମୋର କଥାଟି ଘେନ
ଛୋଟ ବାଣ ଫୁଟାଇ ରଖ ଜୀବନ ।
ଜୀବନ ଆମର ବହୁ ମୂଲ୍ୟବାନ 
ଅକାରଣେ କାହିଁ ହାରିବ ପରାଣ । 
ସୂତା ପୋଷାକ ପିନ୍ଧି ଫୁଟାନ୍ତୁ ବାଣ
ପାଶେ ରଖ ପାତ୍ର କରି ଜଳପୂର୍ଣ୍ଣ ।
ଦୀପାବଳିର ଏଇ ଶୁଭ ଦିନରେ
ଅଭିନନ୍ଦନ ମୋର ଘେନ ସାଦରେ ।
ଆଉ କରୁନାହିଁ ମୁଁ ବେଶି ବର୍ଣ୍ଣନା
ଜଣାଉଛି ମୁଁ ଶିବ ଶୁଭକାମନା ।
କାଳୀ ମା' ସଭିଙ୍କୁ ହୁଅନ୍ତୁ ସଦୟ
ତାଙ୍କ ପାଦେ ମୋର ଏତିକି ବିନୟ ।

ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା