ଶ୍ଯାମାକାଳୀ ସ୍ତୁତି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


ଶକ୍ତିମୟୀ ଶ୍ଯାମାକାଳୀ ଶାରଙ୍ଗ ବାହନୀ

ଶ୍ଯାମବର୍ଣ୍ଣା ଲୋଳଜିହ୍ବା ଶିରୋସ୍ଥିମାଳିନୀ । 

ଶତାନକ ବାସିନୀ ଗୋ ମୁକୁଳା ବୃଜିନା

ଶତ ଶତ ପ୍ରଣିପାତ ମାତ କର ଘେନା ।


ଶ୍ରିତ ଶ୍ଯାମା ଚରଣରେ ଦୀନଦୁଃଖୀ ସୁତ

ଶରଣ ରକ୍ଷଣୀ ଶିବା ସାହା ହୁଅ ମାତ । 

ଶକ୍ର ସ୍ତୁତି ଶୁଣି ଉଭା ହେଲ ତା'ର କତି

ଶତ୍ରୁ ସଂହାରି ବିନାଶିଲ ତା'ର ବିପତ୍ତି ।


ଶୋକେ ପଡ଼ି କରଯୋଡି କରୁଅଛି ସ୍ତବ

ଶରଣ ଦିଅ ଚରଣେ ଶ୍ଯାମାକାଳୀ ତବ ।

ଶମ୍ବଳ ହୀନ ସନ୍ତାନ ଶୈଳଜା ମୁଁ ତୋର

ଶପ୍ତ ଜୀବନୁ ଜନନୀ ମୋତେ ମୁକ୍ତ କର ।


ଶିବ ଭଜେ ଶିବା ପଦ ଅଙ୍କେ ଦିଅ ସ୍ଥାନ

ଶଶ୍ବତ୍‌ ନେତ୍ର ଶବରେ କ୍ଷାଳୁଛି ଚରଣ ।


ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ  

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

ଯୋଗାଯୋଗ - ୮୨୪୯୭୭୨୩୬୧

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା