କାର୍ତ୍ତିକ ବ୍ରତ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ବରଷକ ବାରମାସ ଭକ୍ଷିଲୁ ଆମିଷ
ପର ଚୁଗୁଲିରେ ପାଇଲୁ ଆତ୍ମସନ୍ତୋଷ ।
ପର ଦ୍ରବ୍ଯ ହରି ଘର ତୁ କରିଲୁ ତୋର
ମିଥ୍ଯା ଭାଷି ଭାଙ୍ଗିଲୁ କେତେ ଘରଦୁଆର ।
ଏବେ ଦେଖାଉ ତୁ ସତୀତ୍ୱ ,
ଧିକ ଲୋ ତେ ଜୀବନ ଧିକ ;
କାର୍ତ୍ତିକ ମାସରେ ପୁଣି କରୁଛୁ ହବିଷ !!
ଅଲାଜୁକି ପଣରେ ଉପବାସ ଅଛୁ
ଖାଉଅଛୁ ପୁଣି ଏକବକତ !!
ତୋ' ପରି ପାପୀଷ୍ଠ ଲକ୍ଷେ କରିଲେ ହବିଷ
କଦାପି ଲଭିବୁ ନାହିଁ ଲୋ ତୁ ବୈକୁଣ୍ଠ ।
ରୋହି ମାଛ ଖଣ୍ଡେ ଆଣିଅଛି ମୁହିଁ ଧରି
ବେଗେ ଯାଇ ତାହାକୁ ଭାଜ
ପିଆଜ ସାଥେ ଖାଇବା କଞ୍ଚାଲଙ୍କା ଘୋଟି
ଏଇ ହିଁ ହେବ ଆମ ମହାକାର୍ତ୍ତିକ ବ୍ରତ ।
ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
- Get link
- X
- Other Apps
Comments
Post a Comment