ଦୀପାବଳୀ ପର୍ବ

କାବ୍ୟଭୂଷଣ ଶିବ  ପ୍ରସାଦ ବାହିନୀପତି 

ସମ୍ପାଦକ - ଉଦୟ ଭାନୁ 

ବରଷକ ପରେ ମହାକାର୍ତ୍ତିକରେ
ଫେରି ଆସିଛି ପୁଣି ଏ ଦୀପାବଳୀ 
ପିତୃପୁରୁଷଙ୍କୁ ଦୀପ ଦେଖାଇବା
ଆମେ ପରା ଘୃତପୂର୍ଣ୍ଣ ଦୀପ ଜାଳି ।

ବଡ଼ବଡ଼ିଆ ହୋ ! ଆଲୋକରେ ଆସ
ହେ ପିତୃଲୋକେ ଅନ୍ଧାରେ ତୁମେ ଯାଅ
ଖାଇଦେଇ କ୍ଷୀର ରଖିଯାଅ ସର
ପିତୃ ! ଅମୃତ ଦୃଷ୍ଟିରେ ଚାହିଁ ଥାଅ ।

ଲୋକ ଦେଖାଣିଆ ଡାକରେ କି ଅଛି ?
ବଞ୍ଚିଥିଲା ବେଳେ ଦେଇନାହଁ ସୁଖ
ନିଜ ଖୁସି ପାଇଁ ଜାଳୁଛ ସମସ୍ତେ 
ମିଛେ ଖାଲି ଶହ ସହ ଘିଅ ଦୀପ ।

ଦାମୀ ଦାମୀ ବାଣ ଫୁଟାଉଛ କେତେ
ତାଳଫୋଟକା ଲଙ୍କା ସାଥେ ରକେଟ
ହାବେଳି ପଟାସ ବମ୍ବାଜି ଅନେକ
ପାଉଅଛ ସରବେ କିଛି ଆନନ୍ଦ  ।

ଧିକ ତୁମେ ମାନବ ସକଳ ଧିକ
କରନ୍ତୁ ସରବେ ଟିକେ ପଶ୍ଚାତାପ
ଅନେକ ଜନତା ଉପାସେ ମରନ୍ତି 
କି ହୋଇବ ଭାଇ ଜାଳିଲେ ଏ ଦୀପ ?

ସେହି ଟଙ୍କା ଯଦି ଦାନ ଦେଇଥା'ନ୍ତ 
କେତେ ଦୀନ ହୋଇଥା'ନ୍ତେ ଉପକୃତ
ସେ ସବୁ ନକରି ଖୁସିରେ ସରବେ
ଦୀପ ଜାଳି ଦୀପାବଳୀ ପାଳୁଅଛ ।

ଯଦି କେବେ ତୁମେ ଦରିଦ୍ର କୁଳରେ
ଜନ୍ମ ହୋଇ କେହି ମାଗୁଥା'ନ୍ତେ ଭିକ
ତେବେ ସେ ଜାଣନ୍ତେ ଦୀନର ବେଦନା
ପାଳନ୍ତେ କି ଆଉ ଦୀପାବଳୀ ପର୍ବ !

ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ 
             ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା