କାର୍ତ୍ତିକ ପୂର୍ଣ୍ଣିମା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଚାହୁଁ ଚାହୁଁ କେଡ଼େବେଗି ସରିଗଲା
ଧର୍ମର ଏଇ ମହାକାର୍ତ୍ତିକ ମାସ ।
ସରିଗଲା ହବିଷ ଶୁଦ୍ଧ ଭୋଜନ
ଶ୍ରୀହରି ନାମ ସ୍ମରଣ ପୀୟୁଷ ।୧।
ତତକ୍ଷଣେ ଆସି ପ୍ରବେଶିଲା ଆଜି
କାର୍ତ୍ତିକ ମାସ ଶେଷ ଦିନ ପୂର୍ଣ୍ଣିମା
ଚଳଚଞ୍ଚଳ ହୋଇଉଠିଲା ଧରା
ସାହେବାଣିମାନେ ଆଜି ନିରୁପମା ।୨।
ସାଧବମାନେ ନବରଙ୍ଗେ ରଞ୍ଜିତ
କବିତା ବନିତା ଲତା ଆନନ୍ଦିତ ।
ବସୁନ୍ଧରା ଆଜି ଶୁଦ୍ଧ ଓ ପବିତ୍ର
ଉତ୍ସବମୁଖର ପୂତ ପୟୋଧି ତଟ ।୩।
ପ୍ରାତଃକାଳ ପୂର୍ବୁ ପ୍ରାରମ୍ଭ କୋଳାହଳ
ହୁଳହୁଳି ହରିବୋଲ ଶଙ୍ଖନାଦ ।
ନାନା ବାଦ୍ଯଘୋଷ ସୁଗମ ଝଙ୍କାର
ହରିନାମ ଶବ୍ଦେ କମ୍ପେ ଚତୁଃ ଦିଗ ।୪।
ଚିତ୍ରରଥ ଉଦିତ ହେବା ପୂର୍ବରୁ
ସରିଯାଏ ବୋଇତ ବନ୍ଦାଣ ଉତ୍ସବ ।
ସାଧବ ଘର ପରମ୍ପରା ଅନୁସାରେ
ଏହି ଉତ୍ସବ ଗୋଟି ହୁଏ ପାଳିତ ।୫।
ପୁରପଲ୍ଲୀରେ ଖେଳିଯାଏ ଆନନ୍ଦ
ଚତୁର୍ଦ୍ଦିଗ ଆଜି ଉତ୍ସବମୁଖର ।
ଆ କା ମା ବୈ ଶବ୍ଦରେ ପ୍ରକମ୍ପିତ ହୁଏ
ନଦୀ ପୁଷ୍କରିଣୀ ଓ ସମୁଦ୍ର କୂଳ ।୬।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment