ବିଲୁଆ କାହିଁକି ନନା ?

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

                ସମ୍ପାଦକ - ଉଦୟ ଭାନୁ 

ଛୋଟ ଏକ ପ୍ରଶ୍ନ     କୁହ ବନ୍ଧୁଗଣ
        ବିନମ୍ରେ ପୁଚ୍ଛଇ ଶିବ
କବି କୃତବିଦ୍ୟ      ବିଦ୍ବାନ ପଣ୍ଡିତ 
        କରନ୍ତୁ ପ୍ରତିପାଦିତ ।

ବାଘକୁ କହନ୍ତି      ମାମୁଁ ବୋଲି ସର୍ବେ
         ପୁଷିଟି ଆମ ମାଉସୀ
କେହି କହେ ପୁଣି        ବିଲେଇଟି ନାନୀ
          ମାମୁଁ ତ ଅଟଇ ଶଶୀ ।

ଆଉ ଏକ ପ୍ରଶ୍ନ       ବ୍ଯଥିତ ମୋ' ମନ
          କଦାପି ବୁଝିପାରେନା
ଜାଣିଛ କି କେହି        ମୋ' ଭଉଣୀ ଭାଇ
           ବିଲୁଆ କାହିଁକି ନନା ?

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା