ଏଠି ହାତୀ ବୁଲୁଛନ୍ତି ହଜାରେ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

ଏଠି ହାତୀ ବୁଲୁଛନ୍ତି ହଜାରେ 
ସାମାନ୍ୟ ପିପୁଂଡ଼ି ମୁଁ ଏ ବଜାରେ
କିଛି ଗୁଣ ତା'ର ନୁହେଁ ସମତୁଲ
କିଆଁ ଗର୍ଜିବି ମିଛରେ ?୧
ଅଛି ପ୍ରଚ଼ଳିତ ଲୋକ ମୁଖରେ
ରାଜ୍ଯ କିଣା ହୁଏ ଏଠି ବଳରେ
ଛଳ କପଟରେ ପାରଙ୍ଗମ ହେଲେ
ତିଷ୍ଠିବି ମରଧାମରେ ।୨
ଯେସନେ ସ୍ବର୍ଗକୁ ନାହିଁ ନିଶୁଣି
ବଡ଼ ଲୋକଙ୍କୁ ନହୁଏ ବଖାଣି 
ଅନ୍ଯାୟକୁ ଦେଖି ବୁଜିଦିଅ ଆଖି
ଯେତେ ଅଛ ଜ୍ଞାନୀ ଗୁଣୀ ।୩
ଏଠି ଛତୁ ଫୁଟନ୍ତି ସାହିତ୍ଯିକ
ଯା'କୁ ମାଲୁମ୍‌ ନାହିଁ ମାନସାଙ୍କ
କହିଲେ କହିଲା ଇଜ୍ଜତ ସାଇଲା
କୃତବିଦ୍ୟ ହେଲେ ମୂକ ।୪
ଏଠି ଜମିଲେଣି କଳା ବେପାରୀ
ଆମ ସାହିତ୍ଯ ହେଲାଣି ବିକିରି
ଟଙ୍କା ଦେଇ କିଣା ମାନପତ୍ର ସିନା
ଛାଡୁନାହିଁ ବାହାଦୁରୀ  ।୫
ଏଠି ତ୍ରୁଟି ଦର୍ଶାଇବା ଅପ୍ରାଧ 
ବୋଲନ୍ତୁ ବିଜ୍ଞାନିଏ ସର୍ବ ଶୁଦ୍ଧ
ହଗିଲା ମୂତିଲା ପାଡ଼ିଲା ଛିଙ୍କିଲା 
ଯାହା ବି ଲେଖନ୍ତୁ ସିଦ୍ଧ ।୬

                 ସମ୍ପାଦକ - ଉଦୟ ଭାନୁ 
ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
 ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
      ଯୋଗାଯୋଗ - ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା