ଶହେ ଜନ୍ମ ନେବି ମୁଁ ତୋ ପାଇଁ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


ପୁ- ଧରିଛି ହାତ ଛାଡ଼ିବି ନାହିଁ 
    ଜୀବନେ କେବେ ଭୁଲିବି ନାହିଁ 
    ଦେଉଛି ତୋତେ ଲୋ କଥା
     ତୁ ମୋର ଲାଲ୍‌ପାନ୍‌ ବିବି
     ମୁଁ ହେବି ଲୋ ତୋ ଚିଡ଼ିଆ ଟିକା ।୧।

ଝି- ଏଇ ବନ୍ଧନ ସାତ ଜନ୍ମର
      ଆମ ମିଳନ ଯୁଗ ଯୁଗର
      କଥା ଦେଲି ଦେହ ଛୁଇଁ 
      ଭୁଲି ନାହିଁ କେବେ ଭୁଲିବିନି
      ରହିଛି ରହିବି ତୋରି ପାଇଁ ।୨।

ପୁ - ପ୍ରେମ ଆମର ଚିର ଅମର
      ଡରିବାନି ଆସୁ ଯେତେ ଝଡ଼
         ରହିଥିବା ଏକା ସାଥେ
     କଥା ଦେ ତୁ ମୋର ମଥା ଛୁଇଁ 
     କରିବୁନି ମତେ ପର କେବେ ।୩।

ଝି - ଦେଲି କଥା ତୋର ଛୁଇଁ ମଥା
     ଜନ୍ମେ ଜନ୍ମେ ଆମ ହେବ ଦେଖା
          ରହିଥିବା ସାଥି ହୋଇ
     ଆମ ଯୋଡ଼ି ହେବ ସର୍ବଶ୍ରେଷ୍ଠ 
    ଶହେ ଜନ୍ମ ନେବି ମୁଁ ତୋ ପାଇଁ ।୪।

                      ସମ୍ପାଦକ - ଉଦୟ ଭାନୁ 
ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା