ସାହିତ୍ଯ ମାଧୁର୍ଯ୍ୟ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ଭାଷା ସାହିତ୍ଯର ଗନ୍ତାଘର ଏ ଉତ୍କଳ
କେଡ଼େ ସୁନ୍ଦର କେଡ଼େ ମଧୁର ଲାଗେ ମଞ୍ଜୁଳ ।
ଆମ ସାହିତ୍ଯକୁ ଆମେ ରଖିଛୁ ବଞ୍ଚାଇ
ତିଷ୍ଠି ଅଛୁ ଆମେ ସେବି ସାହିତ୍ଯର ଅଂହ୍ରି ।
ଏଇ ସାହିତ୍ଯ ଆମକୁ ପ୍ରଦାନେ ଅକଲ୍
ଭୁଲିବୁନି ସାହିତ୍ଯକୁ ଆମେ ବିଲ୍କୁଲ୍ ।
ଉତ୍କଳ ସାହିତ୍ଯେ ଲେଖା ଅକଳନ୍ତା କାବ୍ଯ
ଆମେ ସବୁ କୁନି କୁନି ସାହିତ୍ଯ ଅଧ୍ବଗ ।
ସାହିତ୍ଯ ଆକାଶେ ନିତି ହୁଅଇ ଉଦିତ
ନବ କାବ୍ଯ କବିତାର ରକ୍ତିମ ଅଧ୍ବଗ ।
ଅନପାୟୀ ହେଉ ଆମ ଉତ୍କଳ ସାହିତ୍ଯ
ହସି ଉଠୁ ଉତ୍କଳରେ ସାହିତ୍ଯ ମାଧୁର୍ଯ୍ୟ ।
ସମ୍ପାଦକ - ଉଦୟ ଭାନୁ
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment