ଇସୁକୁଲୁ ଯିବି କାଲି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 

ବାପା ମୋତେ ଦେଇଥିଲେ ମୋଟରଗାଡ଼ି ;
ଇସୁକୁଲୁ ଯିବା ପାଇଁ ,
ରାସ୍ତାରେ ଯେବେ ମୁଁ ଚାଲି ଯାଉଥାଏ ;
କେତେ ଝିଅ ଥା'ନ୍ତି ଅନେଇ ।
ଦିନରେ ବି ଜଳେ ଗାଡ଼ି ହେଡ଼ ଲାଇଟି ;
ଝିଅ ଚାହାନ୍ତି ମତେ କଣେଇ ,
କେତେ ଝିଅ ଆସି ପ୍ରପୋଜ କଲେଣି ;
କାହାକୁ ଭଲ ପାଇବି ମୁହିଁ  ?
ବୋଉ ଆଗେ ମୁଁ କହିଲି ଯାଇ ;
ବୋଉଲୋ !
ଆଉ ମୁଁ ଇସୁକୁଲୁ ଯିବି ନାହିଁ.....
ଏତେ ଝିଅ ମୋତେ ପ୍ରପୋଜ କରନ୍ତି ;
କାହାକୁ ବାହା ହୋଇବି ମୁହିଁ ?
ମୋ' କଥା ଶୁଣି ବୋଉ କହିଲା ;
ଏଇ କଥା ପାଇଁ ତୁ ଘାଇଲା !!
ବାଡୁଅ ବେଳେ ମୁଁ ସ୍କୁଟି ଧରି ବୁଲେ ;
କେତେ ଟୋକାଙ୍କ ସ୍କୃ କରିଛି ଢ଼ିଲା । 
ଶୁଣି ବୋଉ କଥା ଘୁରି ଗଲା ମଥା ;
ବୁଦ୍ଧି ମୋ' ଉଦୟ ହେଲା
ବୋଉକୁ କହିଲି ,
ବୋଉ ଲୋ !
ତୋ' ଇତିହାସ ବି ଖୁଲମ୍‌ଖୋଲା !
ହାତ ଦେଇ ମୁଣ୍ଡେ ବସିଲି ; 
ଭାବିଲି ଇଏ ଆମ ପରମ୍ପରା ,
ଇସୁକୁଲୁ ଯିବି କାଲି ।

ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬


Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା