ଆବେଦନ ମୋର ଶୁଣ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ମହାବାହୁ ତୁମେ ଜଗତ ଠାକୁର
ଜନାର୍ଦ୍ଦନ ଆର୍ତ୍ତତ୍ରାଣ
କିମ୍ପାଇଁ ମଉନ ମୋ' ପାଇଁ ଆପଣ
ଶୁଭୁନି କି ନିବେଦନ ? ୧
ଲାଗୁଛି କି ଭୀତ କାଳେ ମାଗି ନେବ
ରତ୍ନ ଭଣ୍ଡାରରୁ ଧନ ?
ଆହେ ପ୍ରଭୁ ମୋର କିବା ଦରକାର
ମାଗେ ଚରଣେ ଶରଣ ।୨
ଶରଣାଗତର ତୁମେ ତ ଠାକୁର
ଦୀନ ଦୁଃଖୀ ଭଗବାନ
ଦୁଃଖରେ ପଡ଼ିଛି ମିନତି କରୁଛି
ରଖନ୍ତୁ ଚକାନୟନ ।୩
ଦାସଟିଏ ହୋଇ ରହିଥିବି ମୁହିଁ
ଜୀବ ଥିବ ଯେତେଦିନ
ସେବୁଥିବି ପଦ ତହିଁରେ ଆନନ୍ଦ
ଆବେଦନ ମୋର ଶୁଣ ।୪
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment