ବିଷମୟ ଲାଗିଲାଣି ବିଷମ ସଂସାର

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 

ପ୍ରଣମେ ଚରଣ ପ୍ରଭୁ କୌଶଲ୍ୟା ନନ୍ଦନ
ଅଧମ ଏ ଭକତର ପ୍ରଣିପାତ ଘେନ ।
ଜ୍ଞାନ ଗୁଣ ହୀନ ମୁହିଁ ମୁରୁଖ ଅଧମ
ପାପାଚାରୀ ମତଗର୍ବୀ କି ବର୍ଣ୍ଣିବି ଗୁଣ ?
ମିଛମାୟା ସଂସାରରେ ଦେଇଛ ଜନମ
ପାପ ପଙ୍କେ ବୁଡ଼ିଛି ମୁଁ ପାପୀଷ୍ଠ ଅଧମ ।
ବିଧର୍ମୀ ମେଳେ ରହି ମୁଁ ପାପୀ ବୋଲାଇଲି
ସତ୍ଯ ନ୍ଯାୟ ଧର୍ମକୁ ମୁଁ ପାଦରେ ଦଳିଲି ।
ଅକ୍ଷାନ୍ତି କରିଲା ବାସ ଏଇ ହୃଦୟରେ
ଜଗତ ଦେଖିଲା ମୋତେ ଅକ୍ଷିଗତ ନେତ୍ରେ । 
ଅକ୍ଷି ବିକୁଣିତ ମତେ କରିଲେ ସରବେ
ଅତିଷ୍ଠ ହେଲିଣି ପ୍ରଭୋ ରଖ ଏବେ ମୋତେ ।
ଆପଣେଇ ନିଅ ମୋତେ ଅଙ୍କକୁ ତୁମର
ବିଷମୟ ଲାଗିଲାଣି ବିଷମ ସଂସାର ।

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା