କାଳିଆ ଜୋକ

          କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

               ସମ୍ପାଦକ - ଉଦୟ ଭାନୁ 

ଆରେ ରେ  ପାମର     ଖୋଲିଲି ଗୁମର    
            ଘୂରିଲା ତୋହର ଶିର
ଅର୍ଥ ଦେଇ ସ୍ବାର୍ଥ     କ୍ରୟ ହେଲା ବ୍ଯର୍ଥ 
          ଗ୍ରାସିଲା ଜାପାନୀ ଜ୍ବର ।
          ଥରିଲା ସର୍ବାଙ୍ଗ ତୋର ;
    ମିଛ ପରଶଂସା     ସାଉଁଟିବା ନିଶା
            ଗମିଲା ଶମନପୁର । ୧

 ଚ଼ାଟି କା' ଚ଼ରଣ     ଆଉ କେତେଦିନ
           ମିଛ ସାହିତ୍ଯିକ ହୋଇ
   ମାତୃଭୂମି ମାତୃ     ଭାଷାର ତୁ ଶତ୍ରୁ 
          ବୋଲାଉଥିବୁରେ ତୁହି ।
       ତୋତେ ବୋଧେ ଜଣା ନାହିଁ ;
ଯୁଗେ ଯୁଗେ ସତ୍ୟ     ଜୟ କରେ ନିତ୍ଯ
       ଯେ ପୁରେ ଥିଲେ ଫୁଟଇ । ୨

ସଦା ଚ଼ୋର ଘର     ନଥାଏ ଅନ୍ଧାର
      ଦିନେ ତ ହେବ ଆଲୋକ
କହିଲେ କହିଲ     ଇଜ୍ଜତ ସାଇଲ
     ଲାଖିଲ ଯେସନେ ଜୋକ ।
         ଦଣ୍ଡଧର ବଡ଼ ଲୋକ ;
   ଯିବ ଯମପୁର     ନିଜକୁ ସଜାଡ଼
       ଡ଼ାକିଲା ଅଶୁଭ କାକ । ୩

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା-ନିରାକାରପୁର-କଣାସ-ପୁରୀ 
              ୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା