ଜୟ ତୁ ତାରିଣୀ
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଜୟ ତୁ ତାରିଣୀ ତ୍ରୈଲୋକ୍ଯ ମୋହିନୀ
ଜଗତ ତାରିଣୀ ବିପତ୍ତି ହାରିଣୀ
ଶଙ୍କର ବନ୍ଦିନୀ ସୌନକ ସେବିନୀ
ରଖ ବାରେ ମତେ ଅଭୟ ଦାୟିନୀ ।୧
ସିନ୍ଦୂର ଶୋଭିନୀ କୁଙ୍କୁମ ରଞ୍ଜନୀ
ସୁର ନିସୂଦିନୀ ମହିଷା ମର୍ଦ୍ଦିନୀ
ଦୁର୍ଗତିନାଶିନୀ ଚରଣ ପ୍ରଣମି
ପାରି ହେବି ଚଢ଼ି ମୁଁ ପୁଣ୍ୟ ତରଣୀ ।୨
ରକ୍ତାମ୍ବରୀ କୃଷ୍ଣ ତଉଁରୀ ମଣ୍ଡିନୀ
ତଡ଼କା ଶୋଭିନୀ ଜବା ବିଭୂଷିଣୀ
ତନୁଚ୍ଛଦ ଧାରିଣୀ ଚାରୁହାସିନୀ
ସର୍ବ ପାପ ହର ତ୍ରୈଲୋକ୍ଯ ତାରିଣୀ ।୩
ଅଧର୍ମ ଶିବ ନପାରଇ ବଖାଣି
ଅରଜିଛି ପାପ ନିଜ ହାତେ ଜାଣି
ଦୟା କର ଦୟା ବହି ଲୋ ଜନନୀ
ରଖିଥା' ଘୋଡ଼ାଇ ମତେ ତୋର କାନି ।୪
ଶୁଣି ତୋ' ନାମ ପଥର ହୁଏ ପାଣି
ଯାଚି ଦେଉ ବର ଭକ୍ତ ମନ ଜାଣି
ତୋ' ପାଶେ ତାରିଣୀ ସଦା ମୁହିଁ ଋଣୀ
ଅମୃତ ନୟନେ ଚାହିଁ ଥାଆ ଜନନୀ ।୫
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment