ଓଡ଼ିଆ ନବବର୍ଷର ଅଭିନନ୍ଦନ


କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 
      ସମ୍ପାଦକ - ଉଦୟ ଭାନୁ 

ଉତ୍କଳ ମାଟିରେ         ବରଷକେ ଥରେ
           ଥାପିଅଛି ପୁଣି ପାଦ
ହଲି ହଲି ଝୁଲି          ଝୁଲି ଆସିଅଛି 
         ଓଡ଼ିଆ ନବବରଷ ।୧
ରୌଦ୍ର ମାସ ନାମେ         ଖ୍ଯାତ ବଇଶାଖ
          ଆଦ୍ଯେ ହୁଏ ପରବେଶ
ପଣା ସଙ୍କରାନ୍ତି           କିଏ କହେ ତାକୁ
       କହେ କେ ମହାବିଷୁବ ।୨
ଓଡ୍ର ଦେଶେ ଯେତେ       ଗ୍ରାମ ନଗ୍ରମାନ
            ଉତ୍ସବରେ ପରିପୂର୍ଣ୍ଣ 
ରଙ୍ଗୀନ ଆଲୋକେ          ଝଲସି ଉଠଇ
         ସହର ବଜାର ଗ୍ରାମ ।୩
ଖିରୀ ପୁପ ପଣା         ସାକର ଓ ଚଣା
         ନାନାଦି ସୁସ୍ବାଦୁ ମିଠା
ଖେଚୁଡ଼ି ପଲଉ           ନାନାଦି ବ୍ଯଞ୍ଜନ
       ବାସ୍ନା ତା'ର ମନଲୋଭା ।୪
ଡାକବାଜି ଯନ୍ତ୍ର         ସ୍ତବ୍ଧ କରେ କର୍ଣ୍ଣ 
          ନାଚଗୀତର ଆସର
ବାଣ ରୋଷଣୀରେ       କମ୍ପି ଉଠୁଅଛି
         ଚଉଦିଗ ଓଡ଼ିଶାର ।୫
ସାନ ବଡ଼ ଭେଦ         ଭାବ ନାହିଁ କିଛି
          ସର୍ବେ ଆଜି ଏକାକାର
ସବୁଦିନ ଯଦି           ହୁଅନ୍ତା ଏମିତି 
      ଦୁଃଖ ନଥା'ନ୍ତା କାହାର ।୬
ଅଭିନନ୍ଦନର          ବାର୍ତ୍ତା ମୁଁ ଦେଉଛି
        ସାଦରେ ଘେନ ସରବେ
ନବବର୍ଷ ଦେଉ         ମନରେ ହରଷ
     ମସ୍ତକ ଉଠାଅ ବାଲିଙ୍ଗେ ।୭

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
   ଯୋଗାଯୋଗ - ୮୯୧୭୪୮୦୫୩୬ 



Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା