ମୋ ଲେଖା ମୋ କବିତା

 କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 

ଲେଖୁଛି ଲେଖିବି ଲେଖି ଚାଲିଥିବି
ସରିବା ଯାଏଁ ମୋ ଜୀବନ ରାସ୍ତା
ବହୁତ ଭାବୁଛି ସରୁନି ଭାବନା
ଅଳ୍ପ ଲେଖେ ମୁଁ ମୋ ଲେଖା ମୋ କବିତା ।୧

ଚାଲୁ ଚାଲୁ ଯଦି ଝୁଣ୍ଟିଯାଏ ପଥେ
ଏଇ ମୋର ଲେଖା ରହିଯିବ ଅଧା
ଅଧା ଲେଖା ଗୋଟି ନୋହିବ ପୂରଣ
କିଏ ଦେଖିବ ମୋ ଲେଖା ମୋ କବିତା ।୨

ଅଜଣା ଲାଗୁଥିଲା ଦିନେ ମୋ ଲେଖା 
ଚିହ୍ନା ଚିହ୍ନା ଆଜି ଲାଗୁଅଛି କିମ୍ପା
ଅଜଣା ରାଇଜେ ବସତି ମୋହର
ଲେଖିଚାଲେ ମୁଁ ମୋ ଲେଖା ମୋ କବିତା ।୩

ଏବେ କାହିଁ ମୋତେ ବେଶି କଷ୍ଟ ଲାଗେ
ଲେଖିବାକୁ ନାହିଁ ମୋର ଆଉ ଇଚ୍ଛା 
ମୋତେ ଜଣାପଡ଼େ ଭଲ ଲାଗୁନାହିଁ 
କାହାରିକୁ ଆଉ ମୋ ଲେଖା ମୋ କବିତା ।୪

ଅବିରତ ଲେଖେ କେହି ନ ପଢ଼ନ୍ତି
କେହି ନ ବୁଝନ୍ତି ମୋ କାବ୍ଯ କବିତା
ବିରସ ବଦନେ ମୋ ଅନିଚ୍ଛା ସତ୍ତ୍ୱେ 
ଲେଖିଚାଲେ ମୁଁ ମୋ ଲେଖା ମୋ କବିତା ।୫

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା