ଏ ଆମ ଓଡ଼ିଶାର ସୁନାମ ବିଚାର

ଶିବ ପ୍ରସାଦ ବାହିନୀପତି 

ସମ୍ପାଦକ - ଉଦୟ ଭାନୁ 

ଯାଇଥିଲି ବନ୍ଧୁ ଆଜି ଭୁବନେଶ୍ବର 
ଏକ ସ୍ଥାନରେ ମୋର ପଡ଼ିଲା ନଜର ।
ରବି ଟକିଜ୍‌ ଠାରେ ଠିଆ ହୋଇଥିଲି
ନୋ ପାର୍କିଙ୍ଗ୍‌ ବୋଲି ଲେଖାଟେ ଦେଖିଲି ।
ନୋ ପାର୍କିଙ୍ଗ୍‌ ସିନା ଲେଖା ଥିଲା ସେଠାରେ
ଗାଡ଼ିଟେ ଛିଡ଼ା ହୋଇଥିଲା ନିଶ୍ଚିତରେ ।
ଜନତା ରଖିଲେ ସିନା ଲାଗିବ ଦୋଷ
କର୍ମଚାରୀ ଦୋଷକୁ କିଏ ବା ଧରିବ ?
ଅଫିସରଙ୍କୁ ପରା ସବୁକିଛି ଛାଡ଼
ଆନ ରଖିଲେ ମିଳେ ନିସ୍ତୁକ ପ୍ରହାର ।
ସେ ସ୍ଥାନରେ ପଡୁନି କାହାର ନଜର
ଏ ଆମ ଓଡ଼ିଶାର ସୁନାମ ବିଚାର ।।

ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ 
୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା