ଶେଷ ହୋଲି

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

       ସମ୍ପାଦକ - ଉଦୟ ଭାନୁ 

ରଙ୍ଗ ଅବିରରେ       ଖେଳୁଥିଲି ଦିନେ
       ଫଗୁଣେ ଆସିଲେ ହୋଲି
ଆଉ ଇଚ୍ଛା ନାହିଁ        ଖେଳିବାର ପାଇଁ
       ଇଚ୍ଛା ମୋ ଗଲାଣି ମରି ।୧
ଯେତେ ଆଶା ଥିଲା       ଆଶାରେ ରହିଲା
          ସ୍ବପ୍ନ ଭାଙ୍ଗି ହେଲା ଚୁନା
ଜୀବନଟା ଖାଲି       ନିରାଶାର ବାଲି
        ଛଳନା ଓ ପ୍ରତାରଣା ।୨
ଦିନ ଥିଲା ତୁମେ       ସାଥେ ଥିଲ ମୋର
         ହୋଲି ଲାଗୁଥିଲା ମଜା
ପ୍ରେମରେ ପ୍ରେମରେ       ରଙ୍ଗ ବୋଳାବୋଳି 
           ଆଜି ପଡ଼ିଗଲା ଫିକା ।୩
ଏଇ ହୋଲି ହେବ       ମୋ' ଶେଷ ଦିବସ 
              ଦୁନିଆ ଛାଡ଼ିବ ଶିବ
ଚିରଦିନ ପାଇଁ          ଆଖି ବୁଜି ଦେଇ
         ଚାଲିଯିବି ବହୁ ପଥ ।୪
ଯେଉଁଠାରେ ଥାଅ       ଯେମିତି ବି ଥାଅ
            ସୁଖେ କଟୁ ତୁମ ଦିନ
ଏ ଜନମରେ          ନ ହେଲା ନାହିଁ 
     ନେବି ଆଉ ଗୋଟେ ଜନ୍ମ ।୫

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
    ଯୋଗାଯୋଗ - ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା