ମୁର୍ଖ ଶିବର ଆହ୍ବାନ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ବେହିଆ ବେପାରୀ ହସେ କିରିକିରି
ଉପାର୍ଜନ କରି ଅର୍ଥ
ମାନ କିଣି ଜନ ଦ୍ଯନ୍ତି ପ୍ରବଚନ
ହାସଲ କରନ୍ତି ସ୍ବାର୍ଥ ।୧
ହଗିଲା ମୁତିଲା ପାଡ଼ିଲା ଛିଙ୍କିଲା
ଯାହା ବି ଯିଏ ଗାରାଏ
ଚ଼ାଟି ପର ପାଦ ବୋଲାନ୍ତି କୋବିଦ
ଅଧୁନା ଅଣ୍ଡିରିପୁଏ ।୨
ସୁନ୍ଦର ମୋ' ଭାଷା ସାହିତ୍ଯର ଚଷା
ବିକୃତ ରଚନା କରି
ନିଜକୁ କହଇ ମୋ' ପରି କେ' ନାହିଁ
ନୁହେଁ କେ' ମୋହର ସରି । ୩
ବାର ବର୍ଷ କାଳ କୁକୁର ଲାଙ୍ଗୁଳ
ନଳ ଭିତରେ ପୂରାଇ
ରଖିଲେ ବି ସେହି ସିଧା ହୁଏ ନାହିଁ
ରହିଛି ପ୍ରମାଣ ପାଇ । ୪
ଶ୍ବାନ କେବେହେଲେ ଛାଡ଼ି ତ ନପାରେ
ତୋଷାମଦକାରୀ ନୀତି
ଉପରେ ତାଙ୍କର ବଚନ ମଧୁର
କଣ୍ଠେ ମଢ଼ ଖଞ୍ଜା ପ୍ରୀତି । ୫
ଘୁଷୁରି ପ୍ରକୃତି ମଳ ଖିଆ ଜାତି
ଛାଡ଼ି କି ପାରିବ କେବେ
ସାହିତ୍ଯ ବେପାରୀ ଏବେ ସେହିପରି
ପ୍ରତୀୟମାନ ଏ ଭବେ । ୬
ନୀଳ ଶୃଗାଳର ଅସଲ ଗୁମର
ଜାଣି ବି ସବୁ ନିରବ
ଅନ୍ଯାୟକୁ ଦେଖି ବୁଜି ଦ୍ଯନ୍ତି ଆଖି
ଜଙ୍ଗଲ ଗୋଟାକ ଜୀବ । ୭
ଯଦି କେହି ଅଛ ସତ୍ଯର ସାଧକ
ସତ୍ଯକୁ ସାମ୍ନାକୁ ଆଣ
ଭାଷା ସାହିତ୍ଯର ମାନ ରକ୍ଷା କର
ମୁର୍ଖ ଶିବର ଆହ୍ବାନ । ୮
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା-ନିରାକାରପୁର-କଣାସ-ପୁରୀ
ଫୋ- ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment