ବରୁ କାହିଁ ତୋ' ବିଲୟ ?

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

          ସମ୍ପାଦକ ଉଦୟ ଭାନୁ 

ପର ପଦ ଚଟା       ବେହିଆ ନିଲଠା
       ଦେଖାଏ ସାହିତ୍ଯ ପ୍ରୀତି 
ଅର୍ଥ ଦେଇ ସ୍ବାର୍ଥ      କିଣିବାଟା ବ୍ଯର୍ଥ
         ଅନ୍ଧ କନ୍ଧ ମହାଯତି ।
କାଲି ଯିଏ ଥିଲା      ଲଫଙ୍ଗାର ଚେଲା 
      ଆଜି ସେ କରେ ହୋ' ହାଲା 
ମୂର୍ଖପଣେ ବିଦ୍ଯ      ବୋଲାଏ କୋବିଦ
        ଗଳି ପଶି କରେ ପାଲା ।
ବେହିପୁଅ ତୋର      ଏଡ଼ିକି ଜବର 
         ମାଳର ବାଳଟେ ତୁହି
ଜାଣିନୁ କି ମୋର      ଶକ୍ତି କଲମର
       ଭାଙ୍ଗିଦେବି ତୋର ଛଇ ।
ଚିହ୍ନିବାର ପାଇଁ       ବାକି ଆଉ ନାହିଁ 
      ପୁଣ୍ଯର ସେ ତୋୟା ତଟ
ଯଦି ବଖାଣିବି       ଗ୍ରନ୍ଥଟେ ରଚିବି
        ଅଛି ବାଇଡ଼ଙ୍କ ଛାଟ ।
ନିମକ ହାରାମ      ତୁହିଟା ପରମ
        କରମ ନିନ୍ଦୁକ ଶ୍ବାନ
ଲବି କରି କବି      ବୋଲାଇ ତୋ' ଛବି
            କରୁ ଭଣ୍ଡ ପ୍ରହସନ ।
ଭଦ୍ର ଖୋଳପାଟି      ଦିନେ ଯିବ ହଟି
        ପୁରୁଷ ବେଶ୍ଯାର ଚିହ୍ନ 
ଗୋଟି ଗୋଟି କରି      ଆଗରେ ସବୁରି
        ରୂପ ହେବ ଦୃଶ୍ୟମାନ ।
ଯଦି ଭଲ ଗତି      ଅଛିରେ ଦୁର୍ମତି 
         ଏବେଠୁ ସୁଧୁରି ଯାଅ
କୁତା ସାଥେ କୁତା      ଚୁତିଆଙ୍କ ନେତା
          ଶିରୀ କାହିଁକି ତୁଟାଅ  !
କା' ଅସ୍ତ୍ର ଟଙ୍କାର      ମୋ' ଶବ୍ଦ ଝଙ୍କାର
          ନିରୋଧି ପାରିବ ନାହିଁ 
ମୋ' ତୁଣ୍ଡର ଚାବି      ଯଦି ମୁଁ ଖୋଲିବି
           ପ୍ରୟାଣ ଲଭିବୁ ତୁହି ।
ଚନ୍ଦ୍ରହସ୍ତ ଅସୀ      ଏଇ ମୋର ମସୀ
       ତୋ' ଗ୍ରୀବା ଛିନ୍ନ ସମୟ
ଉପନୀତ ପାଇଁ      ନିମନ୍ତ୍ରକ ହୋଇ
      ବରୁ କାହିଁ ତୋ' ବିଲୟ ?

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
         
        
          




Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା