ଦୋଳ ଭୋଗଖିଆ
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ବସନ୍ତ ଋତୁରେ ଫଗୁଣ ମାସରେ
ବସନ୍ତ ମଳୟ ଯେବେ ଝରେ
ବରଷକେ ଥରେ ଧରା ବକ୍ଷ ପରେ
ଦୋଳ ପୁନେଇଁଟି ଅବତରେ ।୧
ଦୋଳ ବିମାନରେ ବିଜେ ଦୁଇ ମୂର୍ତ୍ତି
କୁମୁଦେଶ୍ବର ଚନ୍ଦନେଶ୍ୱର
ଦ୍ବାବିଂଶ ମଉଜା ଠାକୁର ଶଙ୍କର
ଉଭା ହୋଇଥା'ନ୍ତି ପ୍ରତି ଦ୍ବାର ।୨
ଦ୍ବାରେ ଦ୍ଵାରେ ଶୋଭା ପ୍ରତି ଉପବାସେ
ଖଞ୍ଜା ଶୁଭ କଲଶ ନୈବିଦ୍ଯ
ଘଣ୍ଟଘଣ୍ଟା ମାଡ଼ ମୃଦଙ୍ଗ କାହାଳୀ
ବାଜେ ଶଙ୍ଖନାଦ ନାନା ବାଦ୍ଯ ।୩
ଭକ୍ତିରେ ଆତୁର ଗ୍ରାମେ ଗ୍ରାମବାସୀ
ଫଗୁ ଅବିର ଲେପି ସ୍ବଅଙ୍ଗେ
ହରିବୋଲ ନାଦ ହୁଳହୁଳି ଶବ୍ଦ
ଆହାକି ମଧୁର ଲାଗେ ।୪
ଦୋଳ ଭୋଗଖିଆ ପୁନେଇଁ ମଉଜ
ସବୁ ପରବଠୁ ସେ ନିଆରା
ପ୍ରଭୁଙ୍କ ଦର୍ଶନେ ପାପ ଧୋଇଯାଏ
ବିଚିତ୍ର ପ୍ରଭୁଙ୍କର ସେ ଲୀଳା ।୫
ଭକ୍ତିରେ ପ୍ରଣମେ ଦୀନଦୁଃଖୀ ଶିବ
ଶିବଶଙ୍କର କରନ୍ତୁ ଦୟା
ଶିବ ନାମ ଜପି ଶିବ ପାଉ ମୁକ୍ତି
କି ବର୍ଣ୍ଣିବ ଶିବ ପ୍ରଭୁଙ୍କ ମାୟା ।୬
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment