ପୁଷ୍ପାଞ୍ଜଳୀ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଜୟ ତୁ ଭବାନୀ ମାଆ ଭାଲୁକୁଣୀ
ଫଳଦା ଖୁଦରଙ୍କୁଣୀ
ମନ୍ଦାର ମାଳିନୀ ସିନ୍ଦୂର ଶୋଭିନୀ
ଅଶେଷ ବରଦାୟିନୀ ।
ମହାମାୟୀ ସ୍ବରୂପିଣୀ
ତ୍ରିପୁର ମୋହିନୀ ସୌନକ ସେବିନୀ
ପାଦପଦ୍ମେ ମୋ' ଦୟିନୀ ।୧
ଦୟିନୀ ମୋ' ଘେନି ବିନ୍ଧ୍ୟ ନିବାସିନୀ
କୋଳେ ନିଅ ମତେ ଟାଣି
ତୋ' ପଣତକାନି ଘୋଡ଼ାଇ ଜନନୀ
ସୁତ ବୋଲି ମତେ ମଣି ।
ଏତିକି କରେ ମାଗୁଣି
ଚରଣେ ଶରଣି ମୂର୍ଖ ହୁଏ ଜ୍ଞାନୀ
ଅଗାଧ ପାଣ୍ଡିତ୍ୟ ଘେନି ।୨
ଘେନି ମୋ' ଦୟିନୀ ନିଅ ଲୋ ଆପଣି
ସର୍ବମଙ୍ଗଳ କାରିଣୀ
ଦୟା ବହି ପୁଣି ଈଶ୍ୱର ଘରଣୀ
ଦୂର ମତେ କରିବୁନି ।
ଏଇ ପୁଷ୍ପାଞ୍ଜଳୀ ପୁଣି
ସାଦରରେ ଘେନି ମା' ସଂହବାହିନୀ
ପ୍ରୀତ ହୁଅ ଲୋ ଜନନୀ ।୩
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment