ଜୀବନ ଜତୁଶାଳ

             କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

                          ସମ୍ପାଦକ - ଉଦୟ ଭାନୁ

      ଜଳୁଥିଲି ଅତୀତରେ ଯନ୍ତ୍ରଣାର ଜତୁଶାଳେ 
    ଜଳୁଛି ଏବେ ବି ସୁଦ୍ଧା ତୁମ କ୍ରୋଧର ଅନଳେ ।
     ଜଣାଅଛି ଭବିଷ୍ଯେ ବି ମତେ ଜଳିବାକୁ ହେବ
       ଜଟିଳ ଜୀବନ ଅଙ୍କ କଷିବାକୁ ଯେ ପଡ଼ିବ ।

      ଜୀବନେ କଦାପି ମୋର ଆସିନାହିଁ ଅହଂଭାବ 
 ଜାଣେ ବୁଡ଼ିବନି କେବେ ସତ୍ଯ - ନ୍ଯାୟ  - ଧର୍ମ ନାବ ।
      ଜଗରେ ଜନମ ମାତ୍ରେ ଜାଣେ ମରଣ ନିଶ୍ଚିତ
     ଜାଣି ବି ଜଳ୍ପକ ଅତ୍ର ଜଗତେ ଯେତେ ପଣ୍ଡିତ ।

     ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷେ ଆମେ ଭାରତୀୟ
      ଜିଣିବା ଜଗତ ଥିଲେ ପରସ୍ପର ମଧ୍ୟେ ସ୍ନେହ ।
        ଜନଙ୍କ କଲ୍ଯାଣ ପାଇଁ ଉତ୍ସର୍ଗ କର ଜୀବନ
        ଜନପ୍ରିୟ ହୋଇ ତୁମେ ରହିଥିବ ସବୁଦିନ ।

      ଜନ୍ମ ଦିଅ ନାହିଁ ତୁମ ମନେ କ୍ରୋଧ ଆଉ ହିଂସା 
        ଜନ୍ତୁରାଣ ଜଗିଅଛି ଉଡ଼ାଇବ ତୁମ ହଂସା ।

🍀🍀🍀🍀🍀🍀🍀🍀🍀🍀🍀🍀
    ଭାଟପଡ଼ା, ନିରାକାରପୁର , କଣାସ , ପୁରୀ
🍀🍀🍀🍀🍀🍀🍀🍀🍀🍀🍀🍀

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା