କାଳୀପୂଜା

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 


ବରଷକ ପରେ ଧରାପୃଷ୍ଠେ ପୁଣି
ଆସିଅଛୁ ତୁ ଜନନୀ ଅବତରି
ପ୍ରଣାମ କରୁଛି ତୋତେ ଲୋ ଜନନୀ 
ବାରେ ଶୁଣ ମାଆ ମୋର ଗୁହାରୀ ।

ଗଲା ଦୁର୍ଗାପୂଜା ଆଶ୍ବିନ ମାସରେ
ସରିଗଲା ଗଜଲକ୍ଷ୍ମୀ ପୂଜା ତୋର
ମହାକାର୍ତ୍ତିକରେ କାଳିକା ରୂପରେ
ଆସିଅଛୁ ପୁନର୍ବାର ମର୍ତ୍ତପୁର ।

କରାଳନାଶିନୀ ଖର୍ପରଧାରିଣୀ
ନରମୁଣ୍ଡ ବିଭୂଷିତା ଲୋକେଶ୍ବରୀ
ହଟାଇ ଦେ' ମାଆ କରାଳ କାଳିମା 
ଧରାବକ୍ଷୁ ଧରାପୃଷ୍ଠେ ଅବତରି ।

ନବୀନ ଭାସ୍କର ହେଉଲୋ ଉଦୟ
ପାପର ତମସା ହୋଇଯାଉ ଦୂର
କେତେ ରକ୍ତବିର୍ଯ ବୁଲୁଛନ୍ତି ମାଆ
ଶୁଭଇ ନିସ୍ତାର ନିସ୍ତାର ଚିତ୍କାର ।

ଆମେ ସବୁ ପୁତ୍ର ତୁ ଆମ ଜନନୀ 
ନକରି ଅବିଚାର ହୁଅ ତୁ ସାହା
ମାଆ ହୋଇ ଯଦି ସାହା ନ ହୋଇବୁ
କିଏ ବା ଆଉ ତୋତେ ଡାକିବ ମାଆ ?

ଜନନୀ ଜନନୀ ପଡୁଅଛି ଡକା
ପବିତ୍ର ଏ ଦୀପାବଳୀ ରଜନୀରେ
କାଳୀପୂଜାର ଏ ଗହଳି ଭିତରେ
ଏ ପାପୀଷ୍ଠ ପୁତ୍ର ତୋତେ ଝୁରି ମରେ ।

ମୁଁ ଯେ ମହାପାପୀ ପାପାତ୍ମା ଆବର
ପାପରେ ଭରା ମାଆ ମୋର ଶରୀର
ତୋର ସ୍ନେହମୟ ପରଶେ ମାତାଶ୍ରୀ
ଯେତେ ପାପ ମୋର କରିଦିଅ ଦୂର ।

ଏତିକି ମାଗୁଣି ଶ୍ରୀପୟରେ ତୋର
ଶରଣ ଗଲି ମାଆ ତୋର ଚରଣେ
ଦୀନହୀନ ଶିବ କରେ ନିବେଦନ
ଯାଉ ମୋ' ଜୀବନ ତୋ' ନାମ ଗାୟନେ ।

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
୮୯୧୭୪୮୦୫୩୬


Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା