ଏ ତ କଳିକାଳ ରୀତି
- Get link
- X
- Other Apps
ଏ ତ କଳିକାଳ ରୀତି
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ମାଇଲି ଖପରାକାତି
କହିବାକୁ ମତେ ଲାଜ ଲାଗେ ଏତେ
କୁଆଡ଼େ ସମାଜ ଗତି ।
ପାନରୁ ଖସିଲା ଚୂନ
ନିର୍ଲଜ ହାତରେ ସଂସ୍କୃତି ବିପନ୍ନ
ସାହିତ୍ୟେ ରହୁନି ମାନ ।
ରଜ ଦୋଳି କଟମଟ
ଲବି କରି କବି ହୋ'ନ୍ତି ଖୋବାଖୋବି
ରାଜନୀତି ଭୁଲେ ରାଟ ।
ତେଲିଆ ମୁଣ୍ଡରେ ତେଲ
ସାଧାରଣ ଜ୍ଞାନ ହୀନ ହେଲା ଜନ
କାଳକୁ କରୁଛି ଗେଲ ।
ପଇଡ଼ ଭିତରେ ପାଣି
ମାଆ ଭଉଣୀର ଜ୍ଞାନ ନାହିଁ ଯା'ର
ସିଏ କି ବୋଲିବ ବାଣୀ ।
ବାଞ୍ଝଟି ଖୋଜଇ ବାଳ
ଜନନୀକୁ ଆଣି ଉଲଗ୍ନ କଲେଣି
ଅକାଳ କୁଷ୍ମାଣ୍ଡ ଦଳ ।
ଚ଼କେ ଗଲେ ବାରହାତ
ଜାଣି ଆମନ୍ତ୍ରଣ କଲେଣି ମରଣ
ମିଛ ପାଖେ ବନ୍ଧା ସତ ।
ଛକା ଖୋଜେ ରତି ସୁଖ
ସତୀ ଚ଼ରିତ୍ରରେ ଅସତୀ ହଜାରେ
ବଖାଣି ହୁଏନି ଦୁଃଖ ।
କଥାରେ କିଣନ୍ତି ହାତୀ
ଜନକ ନନ୍ଦିନୀ ସତୀ ନୁହେଁ ଜାଣି
ଘୂରାଇ ଦେଉଛି ମତି ।
ଖଡ଼ି ଯାଏ ଗଡ଼ି ଗଡ଼ି
ରାମଚ଼ନ୍ଦ୍ର ପୁଣି ସ୍ବାର୍ଥପର ଜାଣି
ହୃଦୟ ହୁଅଇ ଫାଡ଼ି ।
ସରଗକୁ ନାହିଁ ଶିଡ଼ି
ରୂପ ଯଉବନ କିଣି ନିଏ ମନ
ଲାଗେ ଲମ୍ବା ଲମ୍ବା ଧାଡ଼ି ।
ସରଗୁ ଅଇଲା ପରୀ
ଟୋକୀ ତ ଗୋଟିଏ ପାଗଳ ପରାୟେ
ଟୋକା ଯେତେ ଧରାଧରି ।
ଘାଇଁ ଘାଇଁ ବୁଲେ ପଙ୍ଖା
ପାତିବ୍ରତ୍ୟ ଥିଲେ ସୁନ୍ଦର ଦିଶଇ
ହାତକୁ ବଜର ଶଙ୍ଖା !
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା ,ନିରାକାରପୁର , କଣାସ (ପୁରୀ)
ସମ୍ପର୍କ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment