ଛୋଟ ଘଟଣା ବଡ଼ ସମସ୍ୟାର ଉତ୍ପାଦକ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
କହିବ କାହାକୁ ଶୁଣିବ କିଏ ? ସମସ୍ତେ ସୁବିଧାବାଦୀ ତାଲିକାରେ ନାମ ପଞ୍ଜୀକୃତ କରି ସାରିଛନ୍ତି । ନିଜର ସୁବିଧା ପାଇଁ କାହାକୁ ବି ଅସୁବିଧାରେ ପକାଇବାକୁ ପଛାନ୍ତି ନାହିଁ । ସେଇ ଟିକିଏ ସୁବିଧା ଯେ ଭବିଷ୍ଯତରେ ବହୁତ ବଡ଼ ଅସୁବିଧାକୁ ନିମନ୍ତ୍ରଣ କରେ , ତାହା ଭାବିବା ବା ଜାଣିବା ନିହାତି ଜରୁରୀ । ଖୁବ୍ କମ୍ ପରିଶ୍ରମରେ ଅଧିକ ଲାଭବାନ ହେବା ନିଶାଟା , ମଣିଷକୁ ବେଳେବେଳେ କ୍ଷତି ପହଞ୍ଚାଇବାର ମାଧ୍ୟମ ହୋଇପଡ଼େ । କଥାରେ ଅଛି - "ଶସ୍ତାରୁ ହୀନସ୍ଥା" ; ଜଣଙ୍କ ସୁବିଧା ପାଇଁ ପଣେ ହଇରାଣ ହରକତ ।
ବିଶେଷତଃ ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରିବାକୁ ଚାହିଁବି । ଆମେ ପରିବେଶକୁ ଯେତେ ସଫାସୁତୁରା ରଖିବା , ଆମେ ସେତେ ସୁସ୍ଥ ରହିବା । ଅଳିଆ ଆବର୍ଜନା ସବୁ ସଫା କରିବା , ପଲିଥିନ୍ ପରି ଦ୍ରବ୍ଯର ବ୍ଯବହାରରୁ ଦୂରେଇ ରହିବା , ଘର ପାକରେ ଥିବା ଖାଲଖମା ଓ ନାଳନର୍ଦ୍ଦମା ଆଦିକୁ ନିବୁଜ କରିବା ପ୍ରଥମ କର୍ତ୍ତବ୍ଯ । ରାସ୍ତା ପାଖରେ କିମ୍ବା ଜଳାଶୟ ଆଦି ପାକରେ ମଳମୂତ୍ର ଆଦି ତ୍ଯାଗ ନ କରିବା ସର୍ବାଦୌ ହିଁ କର୍ତ୍ତବ୍ଯ ହେବା ଉଚିତ । ପୁଷ୍କରିଣୀ ପରିଷ୍କାର ରକିବା ବି ଉଚିତ । ଏଣେତେଣେ ଛେପଖଙ୍କାର ପକାଇବା ବି ପରିବେଶ ପ୍ରଦୂଷଣର ଏକ ଅଙ୍ଗ । ଏସବୁ ପ୍ରତି ଧ୍ଯାନ ଦେବା ଉଚିତ ।
ଏବେ ଆଉ ଏକ ବଡ଼ ସମସ୍ୟା ଯାହାକି ସୁବିଧାବାଦୀ ବୋଲି ମୁଁ ପ୍ରଥମରୁ କହିଛି । ସମସ୍ଯାଟି ହେଉଛି , ଆଜିକାଲି ରାସ୍ତା ଉପରେ ଶସ୍ୟ ଅମଳ । ସେତେବେଳେ ଖଳା କରି ଶସ୍ୟ ଅମଳ ହେଉଥିଲା । ମଣିଷ ଅତ୍ଯାଦୁନିକତାର ଛାପରେ ପଡ଼ି ହଳ ଲଙ୍ଗଳ ଛାଡ଼ି କଳ ଲଙ୍ଗଳକୁ ଆପଣେଇ ନେଲା ପରେ ଆଉ ପଥର ପକାଇ କଳେଇ ପିଟି ଶସ୍ୟ ଅମଳ କରୁନାହିଁ । ଏବେ ଅତି ସୁବିଧା ପାଇଛି , ରାସ୍ତାରେ କଳେଇ ପକେଇ ଦେଉଛି । ଗାଡ଼ିମଟର ତା' ଉପରେ ଚଢ଼ି ଗଲା ପରେ ଧାନ ଝଡ଼ି ପଡ଼େ । କହିବାକୁ ଗଲେ ରାସ୍ତା ଉପରେ ବେଙ୍ଗଳା ପକାଇ ଶସ୍ୟ ଉତ୍ପାଦନ । ଫଳତଃ ଗାଡ଼ିମଟର ଯିବା ଆସିବାରେ ଅସୁବିଧା ସୃଷ୍ଟି ହୁଏ । ସାଇକେଲ ଯାତ୍ରୀଟେ ସାଇକେଲରେ ଗଲା ପରେ ପାଳ ସବୁ ଗୁଡ଼େଇ ହୋଇ ଅସୁବିଧା ସୃଷ୍ଟି କରେ । ଅନେକ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । ଜଣଙ୍କ ସୁବିଧାରେ ପଣେ ସମସ୍ୟା ଭୋଗୀ ।
ଏଠାରେ କହି ରଖିବି ଯେ , ଆମେ ଯାହାକୁ ଠାକୁର ପରି ପୂଜା କରୁ , ତାକୁ ନିଜର ସ୍ବାର୍ଥ ଓ ଆଳସ୍ୟତା ପାଇଁ କୁକୁର ପରି ବ୍ଯବହାର କରୁ । ଉଦାହରଣ - ଆମେ ରାସ୍ତାରେ ଦାନ ଅମଳ କରୁଛେ , ଏହା କେତେଦୂର ଟିକ୍ ବୁଦ୍ଧିଜୀବୀ ବିଚାର କରିବେ । ସେଇ ଧାନକୁ ଲକ୍ଷ୍ମୀ କହି ପୂଜା କରୁଛେ , ତାକୁ ପୁଣି ରାସ୍ତାରେ ଅମଳ କରୁଛେ । ଗାଡ଼ିମଟର ସବୁ କେତେ ଅପରିଷ୍କାର ଦ୍ରବ୍ଯ ମାଡ଼ି ସେଇ ଶସ୍ୟ ଉପରେ ଚଢ଼ି ଯାଉଥିବେ , ତେବେ ଲକ୍ଷ୍ମୀଙ୍କ ପ୍ରତି ଏ ପ୍ରକାର ଆଚରଣ ଠିକ୍ କି ? ଅନ୍ଯର୍ଥରେ ଏସବୁ ପାଇଁ ଯେଉଁ ଦୁର୍ଘଟଣା ଘଟୁଛି , ସେଥିପାଇଁ ଦାୟୀ କିଏ ?
ରାସ୍ତାରେ ଶସ୍ଯ ଅମଳ କରିବା ଆଇନତଃ ଅପରାଧ ଜାଣି ବି ଲୋକେ ଏଥିପ୍ରତି ନିଘା କରନ୍ତି ନାହିଁ । ବିହିତ କାର୍ଯ୍ଯାନୁଷ୍ଠାନର ବ୍ଯବସ୍ଥା ଥିଲେ ବି କିଛି ଉପଯୋଗ ନାହିଁ । ଆଇନ ଖାଲି କାଗଜପତ୍ରରେ , ବାସ୍ତବରେ ଏଇ ଛୋଟ ଛୋଟ ଘଟଣା ବଡ଼ ବଡ଼ ସମସ୍ୟାକୁ ଉତ୍ପାଦନ କରେ । ସାଧାରଣ କଥା ଭାବି ଏଡ଼ାଇ ଦେବା ଉଚିତ ନୁହେଁ । ଏ ଦିଗ ପ୍ରତି ପ୍ରଶାସନ ଓ ବୁଦ୍ଧିଜୀବୀ ଦୃଷ୍ଟି ଦେଲେ ହୁଏତ ସମାଜର କଲ୍ଯାଣ ସାଧନ ହୋଇପାରନ୍ତା ବୋଲି ଆଶା କରେ ।
ପ୍ରତିଷ୍ଠାତା / ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment