ବାଲିତୃତୀୟା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଘରେ ଘରେ ଶୁଭେ ଆଜି ଶଙ୍ଖର ନିନାଦ
ହୁଳହୁଳି ଶବଦେ କର୍ଣ୍ଣ ହୁଏ ସ୍ତବ୍ଧ ।
ଘଣ୍ଟ ଘଣ୍ଟି ବାଜୁଅଛି ଉତ୍ସବ ମୁଖର
ପୁରପଲ୍ଲୀ ପ୍ରତି ଘରେ ପୂଜାର ସମ୍ଭାର ।
ବାଲିତୃତୀୟା ବ୍ରତ ଇଏ ଶିବଙ୍କର ପୂଜା
ମହାଥୁକେ ନାରୀମାନେ କରନ୍ତି ଏ ଓଷା ।
ଭାଦ୍ର ମାସ ଶୁକ୍ଳପକ୍ଷ ତୃତୀୟା ଦିବସେ
ଏହି ଓଷା ଗୋଟି ସର୍ବେ କରନ୍ତି ସଧବେ ।
ତ୍ରେତୟାରେ ରାମଚନ୍ଦ୍ର ସାଗର କିନାରେ
ସ୍ଥାପିଥିଲେ ଶିବଲିଙ୍ଗ ବାଲୁକା ରାଶିରେ ।
ରାମପ୍ରିୟା ହରିନେଲା ଲଙ୍କାର ରାଜନ
ଭାଳି ଭାଳି ରାମଚନ୍ଦ୍ର ତନୁ ହେଲା କ୍ଷୀଣ ।
ବାନର ସେନା ଧରି ରାମ ସାଗର କୂଳେ
ଆଦ୍ଯେ ଦାଶରଥି ଦୁର୍ଗା ମାତାଙ୍କୁ ସ୍ମରିଲେ ।
ଦୁର୍ଗା ମାତା ଆଜ୍ଞା ଘେନି ଶ୍ରୀ କୋଦଣ୍ଡଧାରୀ
ବାଲୁକାରେ ଶିବ ମୂର୍ତ୍ତି କରିଲେ ତିଆରି ।
ପ୍ରସନ୍ନ ହୋଇଣ ପ୍ରଭୁ କଲେ ପୂର୍ଣ୍ଣ କାମ
ଆଜ୍ଞା ଦେଲେ ଶିବ ଶଙ୍କର ଯାଅ ଶ୍ରୀରାମ ।
ସାଗର ରାଜାଙ୍କୁ ରାମ କରନ୍ତୁ ପ୍ରସନ୍ନ
ସେତୁ ବାନ୍ଧନ୍ତୁ ସାଗରେ ଘେନି ସୈନ୍ଯଗଣ ।
ସେହିଦିନ ଠାରୁ ଏହି ବ୍ରତକୁ ନାରୀଏ
ଏକମନେ ଏକପ୍ରାଣେ କରନ୍ତି ସଭିଏଁ ।
ବାଲୁକାରେ ଶିବଲିଙ୍ଗ ଥାପନା କରନ୍ତି
ପୂଜା ନଈବିଦ୍ଯ ଦେଇ ବ୍ରତ ପାଳିଥା'ନ୍ତି ।
ପ୍ରଭୁ ମହେଶ୍ୱର ପଦେ କୋଟିଏ ପ୍ରଣାମ
ଦୀନ ହୀନ ଶିବ ପଦେ କରୁଛି ବନ୍ଦନ ।
ବାଲିତୃତୀୟାର ଏହି ପବିତ୍ର ଦିବସ
ଆଣିଦେଉ ସବୁ ନାରୀ ମନରେ ହରଷ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
- Get link
- X
- Other Apps
Comments
Post a Comment