ଗଣକବି
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ବାଲ୍ଯେ ବୁଢ଼ାବାପାଙ୍କ ତୁଣ୍ଡରୁ
ଶୁଣିଛି ଅନେକ ବାର
ବିଦ୍ଯାଳୟ କାନ୍ଥରେ ଦେଖିଛି
ଟଙ୍ଗା ଯାଇଥିବା ଚିତ୍ରପଟ୍ଟକୁ ତୁମର ।
ଦେଖିଛି ପୁଣି ମୋର ପାଠ୍ଯ ପୁସ୍ତକେ
ତୁମର ସେ ଅଙ୍କିତ ଚିତ୍ରକୁ
ପଢ଼ିଛି ତୁମ ଜୀବନ ଗୀତା
ଜାଣିଛି ତୁମ କ୍ରାନ୍ତିକାରୀ ପ୍ରତିଭା ।
ମୋ' ଶିକ୍ଷକଙ୍କ ଗଳ୍ପ କଥନେ ମଧ୍ଯ
ଉଦହରଣର ଶୀର୍ଷକରେ ତୁମେ
ଓଡ୍ର ଐତିହ୍ୟ ସଂସ୍କୃତି ଆଉ
ପରମ୍ପରାର ଉତ୍ସାହକ ବନିଛ ।
ନାନାଦି ସଂଙ୍ଘର୍ଷେ ପରିପୂର୍ଣ୍ଣ ପ୍ରାଣେ
ଥକ୍କା ମେଣ୍ଟାଇବା ପାଇଁ ମଧ୍ୟ
କେବେ ବି ଉତ୍ସାହ ଆସିନି ତୁମର
ସାଧନାରୁ ନେଇନ ବିରତି ।
ମାର୍ମିକ ଉପଲବ୍ଧି କରିଛ
ସାହିତ୍ଯ ଓ ଜୀବନକୁ ଯାହା
ତୁମ ଲେଖନୀ ମୁନେ ପ୍ରତିଫଳିତ
କ୍ରୟ କରିନିଏ ପାଠକ ହୃଦୟ ।
ତୁମ ହସ୍ତେ ରୋପିତ ସାହିତ୍ଯ ବୃକ୍ଷେ
ଝୁଲୁଛି ଅନେକ ବିରାଟ ବିରାଟ
ସମାଜ ପରିସ୍ଥିତି ଓ ପରିବେଶର ଫଳ
ଖାଇ ବି ଆହୁରି ଖାଇବାର ଇଚ୍ଛା ।
ଭାରତର ପରାଧୀନତାର
ରୂପରେଖ ଦର୍ଶନେ ନେତ୍ର ଯୁଗଳୁ
ଝରି ପଡୁଥିଲା ଧାର ଧାର ଲୁହ
ଯା' ଥିଲା ଲେଖନୀ ମୁନର ଅକ୍ଷର ।
ତୁମ ବିରୋଧାତ୍ମକ ଲେଖାର
ଉତ୍ତର ନଥିଲା ବ୍ରିଟିଶ୍ ସମୀପେ ;
ଆତ୍ମନିର୍ଭରଶୀଳତାର ସ୍ଲୋଗାନ୍
ଉତ୍ସାହ ଭରୁଥିଲା ଜନମାନସେ ।
ତୁମ ରଚିତ ଗୀତିନାଟ୍ଯର
ପ୍ରତି ପଦରେ ଆତ୍ମନିର୍ଭରଶୀଳତାର
ଯାହା ବି କିଛି ବାର୍ତ୍ତା ଭରି ରହିଛି
ତାହା ସତରେ ଅତୁଳନୀୟ ।
ମୁକ୍ତ ରଙ୍ଗମଞ୍ଚରୁ ଜନତାଙ୍କର
କମି ଆସୁଥିବା ଆଗ୍ରହକୁ
ବଢ଼ାଇବାର ଯୁଗାନ୍ତକାରୀ
ପରିବର୍ତ୍ତନକୁ ସାଧୁବାଦ ।
ସର୍ବତ୍ର ପରିଲକ୍ଷିତ ସମାଜର ଚିତ୍ର
ପୁରାଣ ହେଉ ବା ଇତିହାସ
ଗଳ୍ପ ହେଉ ବା ଉପନ୍ୟାସ
କାବ୍ଯ କବିତା ହେଉ ବା ସଂଳାପ ।
ସାଧାରଣ ଭାଷା ହିଁ ତୁମର
ସଫଳତାର ପ୍ରକୃତ ଚାବିକାଠି
ମାତ୍ର ଉଣେଇଶ ବର୍ଷ ବୟସରେ
ପାଲା ଗାୟକଟେ ହେବାର ସୌଭାଗ୍ୟ ।
ଏକାଧାରରେ କବି ଓ ନାଟ୍ଯକାର
ଅଭିନେତା ଏବଂ ନିର୍ଦ୍ଦେଶକ
ବହୁମୁଖୀ ପ୍ରତିଭାର ଅଧିକାରୀ
ଆଉ ନିର୍ଭୀକ ଓ ସ୍ପଷ୍ଟବାଦୀ ।
ଆଚମ୍ବିତ କରେ ସେକାଳେ ତୁମର
ମଦ ବିରୋଧି ମୂଳକ ମତାମତ
ସମାଜରେ ସଂସ୍କାର ଆଣିବା ପାଇଁ
ତୀବ୍ର ଲେଖନୀ ଚାଳନା ।
ଜନତାଙ୍କ ମଙ୍ଗଳାର୍ଥେ ସମର୍ପିତ
ଜୀବନବ୍ୟାପୀ ସାହିତ୍ଯ ସାଧନା
ଯାହା ତୁମକୁ ପରିଚିତ କରିଛି
ଲୋକମୁଖରେ ଗଣକବି ଭାବରେ ।
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଯୋଗାଯୋଗ - ୮୯୧୭୪୮୦୫୩୬
- Get link
- X
- Other Apps
Comments
Post a Comment