ସନ୍ତୋଷୀ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

ସନ୍ତୋଷୀ ଲୋ ସନ୍ତୋଷେ ତୁ ଦେଇଯାଆ ବର
ଅଧମ ଶିବ ପ୍ରଣମେ ଚରଣେ ତୋହର ।
ଭୂକ୍ତି ମୁକ୍ତି ପ୍ରଦାୟିନୀ ମାଆ ଲୋ ସନ୍ତୋଷୀ 
ଅଧମ ପୁତ୍ର ମୁଁ ତୋର ଘେନ ମୋ ମିନତୀ ।
ଜାଣି ନାହିଁ ଭକ୍ତି ମାଆ ନାହିଁ ମୋର ଜ୍ଞାନ
ଜାଣି ନାହିଁ ପୂଜା ତୋର ବିଧିର ବିଧାନ ।
ମନ୍ତ୍ର ତନ୍ତ୍ର କ୍ରିୟାଚାର କିଛି ନାହିଁ ଜଣା
ତଥାପି ଆକୁଳେ ମାଆ କରୁଛି ମାର୍ଜନା ।
ଭବ ସାଗରରେ ମାଆ ଭାସୁଅଛି ମୁହିଁ 
ନାବ ଖଣ୍ଡେ କୂଳେ ମୋର ଦିଅ ମହାମାୟୀ ।
ତବ ତରଣୀରେ ପାରି ହେବି ଭବ ବାରି
ଦୁଃଖ ସାଗରରୁ ମା' କରିଦିଅ ପାରି ।
ଏତିକି ମାଗୁଣି ମାଆ ଶ୍ରୀପୟରେ ତୁମ୍ଭର
ଦୀନ ଶିବ ସ୍ତୁତି କରେ ଯୋଡ଼ି ତା'ର କର ।

         ସମ୍ପାଦକ - ଉଦୟ ଭାନୁ 
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା