ମାମୁଁଘର

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


ମାମୁଁଘର ମୋର      ଗଞ୍ଜାମ ଜିଲ୍ଲାରେ
           ଗ୍ରାମ ସାମନ୍ତରାପୁର
ମାମୁଁ ମାଇଁ ମୋତେ     କରନ୍ତି ଆଦର
       ସ୍ନେହରେ କରନ୍ତି କୋଳ ।୧
ମାମୁଁଙ୍କର ନାମ      ସୂର୍ଯ୍ଯନାରାୟଣ
         ମାଇଁଙ୍କ ନାମ କାମିନୀ
ଅନିଲ୍‌ ବିକାଶ      ଦୁଇ ପୁଅ ତାଙ୍କ
        ଝିଅଟିର ନାମ ସୁନି ।୨
ମାମୁଁଙ୍କର ସ୍ନେହ     କହିଲେ ନ ସରେ
       ଭାଷାରେ ନ ପାରେ ବର୍ଣ୍ଣି
ମାଇଁଙ୍କର ସ୍ନେହ      ଆଦର ଯତନ
      ଭଣିଲେ ସେ ସରିବନି ।୩
ମାମୁଁ ପୁଅ ଭାଇ     ଡାକି ଶିବ ଭାଇ
       ପାଶେ ମୋ' ଆସନ୍ତି ଧାଇଁ 
ମାମୁଁ ଝିଅ ସୁନି      ଭାରି ଅଭିମାନୀ
      ତା' ସ୍ନେହ ଭୁଲିବି ନାହିଁ ।୪
ଅତି ଆପଣାର      ମାମୁଁଘର ମୋର 
        ସ୍ନେହେ ନାହିଁ ପଟାନ୍ତର 
ମାମୁଁଘରେ ମୋତେ     ମିଳଇ ଆନନ୍ଦ 
       ସତେ ସେ ସରଗପୁର ।୫

ସମ୍ପାଦକ - ଉଦୟ ଭାନୁ 
ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
                ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା