ଅମର ବିଜୟ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
*****************************
ସରିଗଲା ଦିନ ଥିଲା ଯା' ପ୍ରାଚୀନ
ରହିଗଲା କିନ୍ତୁ ଚିହ୍ନ
ପ୍ରତି ପ୍ରେମୀଙ୍କର ନେତ୍ରେ ଅଶ୍ରୁ ଧାର
ଜାଣି ତୁମ ଅବସାନ ।
ନିଛକ ସେ ଅଭିନୟ ;
ଚିରଦିନ ପାଇଁ ଛାଇଟିଏ ହୋଇ
ମନ ମନ୍ଥିବ ନିଶ୍ଚୟ ।।
ଲେଖକ ଲେଖନୀ ତୁମ ଗୁଣ ଘେନି
କାଗଜ କିଆରି କର୍ଷେ
ତୁମରି ନିମିତ୍ତ ବିରହ ସଙ୍ଗୀତ
ଓଡ଼ିଶା ମାଟିରେ ବର୍ଷେ ।
କାହିଁ ହଜିଲେ ବିଜୟ ;
ଚିରଦିନ ପାଇଁ ଅମରତ୍ବ ପାଇ
ରହିଲେ ହୃଦ ନିଳୟ ।।
🌹🌹🌹🌹🌹🌹🌹🌹🌹🌹🌹🌹
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ସମ୍ପର୍କ - ୮୯୧୭୪୮୦୫୩୬
🌹🌹🌹🌹🌹🌹🌹🌹🌹🌹🌹🌹
- Get link
- X
- Other Apps
Comments
Post a Comment