ଯାଯାବର ଦ୍ବିଜର ଯାଚ଼ଞ୍ଜ
- Get link
- X
- Other Apps
କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ଯନ୍ତ୍ରଣା ଜୁଇରେ ମୋର ଜଳୁଛି ଜୀବନ
ଯମ ଯନ୍ତ୍ରଣାରୁ ମୁକ୍ତି ମିଳୁ ଜନାର୍ଦ୍ଦନ ।
ଯତି ନୁହେଁ ଯାଚକ ମୁଁ ଜାତିରେ ବ୍ରାହ୍ମଣ
ଯାଚ଼ଞ୍ଜ ଶୁଣିମା ହୁଅ ଯଜ୍ଞ ନାରାୟଣ ।
ଯୁଗେ ଯୁଗେ ଦୁର୍ଜନର ଦମନ ନିମିତ୍ତ
ଯୁଝି ଅଛ ଯଜ୍ଞାଧ୍ଯକ୍ଷ ଓହ୍ଲାଇ ମରତ ।
ଯୁଗାବ୍ଦ ପୁରୁଷ ପ୍ରଭୁ ବୈକୁଣ୍ଠ ବିହାରୀ
ଯୋଡ଼ି ମୋର ବେନି କର କରୁଛି ଗୁହାରି ।
ଯୋଗନିଦ୍ରା ପରିହରି ଅନନ୍ତ ଠାକୁର
ଯୁଗଳ ଲୋଚ଼ନେ ବାରେ ନିରେଖ ସଂସାର ।
ଯମପୁର ସମ ଲାଗେ ଏଇ ଧରା। ଭୂଇଁ
ଯଦୁନାଥ ସବୁ ଜାଣି ନିରବ କିମ୍ପାଇଁ ।
ଯମୁନାର ପ୍ରାଣନାହା ବାରେ ହୁଅ ସାହା
ଯାଯାବର ଶିବ ତବ ପଦେ ପ୍ରାର୍ଥେ ଏହା ।।
ଭାଟପଡ଼ା, ନିରାକାରପୁର, କଣାସ, ପୁରୀ
- Get link
- X
- Other Apps
Comments
Post a Comment