ରବି ଗଲେ ଡୁବି

    କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

              ସମ୍ପାଦକ - ଉଦୟ ଭାନୁ 
+++++++++++++++++++++++++++++

ବିଶ୍ୱାକାଶୁ ରବି କାହିଁ ଗଲେ ଡୁବି
        ବଲ୍ଲୀ ହେଲା ଅନ୍ଧକାର 
ବିଶ୍ବର କଲ୍ଯାଣ   ସାଧିବ କେ' ଜନ
         ତୋଳି ବିପ୍ଳବର ସ୍ବର ?
         ବଇଠା ହେଲା ନିଷ୍ପ୍ରଭ ;
ବଲମର ଶକ୍ତି       କଲମରେ ସଞ୍ଚି
      ଲେଖିବା ହେଲା ଦୁର୍ଲଭ । ୧
ରାଜନୀତି ଆଜି      ରଣନୀତି ସାଜି 
        ନେତ୍ରରୁ ନିଗାଡ଼େ ନୀର
ରାମ ନାମେ କେତେ    ରାବଣ ଜଗତେ
           ସମାଜଟା ଲଙ୍କାପୁର ।
            କିଏ ଆଉ ସୁଧାରିବ ;
କାହିଁ ହଜିଗଲେ     ବିପ୍ଳବୀ ଯେ' ଥିଲେ 
        ଶୋକେ ଅଭିଭୂତ ଭବ । ୨
ଜନମ ମରଣ        ସଂସାର ନିୟମ
          ତଥାପି ବୁଝୁନି ମନ
ସମାଜର ହିତ       ସାଧନେ ଯା' ଚ଼ିତ୍ତ
         ତାକୁ କି ଭୁଲିବେ ଜନ !
          ରହିବେ ଚ଼ିର ସ୍ମରଣ ;
ଲେଖନୀ ମୁନର       ସେ ଶବ୍ଦ ସମ୍ଭାର 
        କେବେ ନହେବ ମଳିନ । ୩
ବିଷାଦ ବଦନେ        ଅଶ୍ରୁଳ ଲୋଚ଼ନେ
             କରୁ ଶତ ପ୍ରଣିପାତ 
ନୂତନ ଭାବରେ        ପୁଣି ଅବନୀରେ 
            ଆସି ହୁଅ ଉପଗତ ।
           ସ୍ଫୁରୁ ବିଦ୍ରୋହର ସ୍ବର ;
କଲମ ନିଃସୃତ        ସେ କଡ଼ା କଟାକ୍ଷ 
         ଛେଦୁ ପୁଣି ଶତ୍ରୁ ଶିର । ୪

ଭାଟପଡ଼ା,ନିରାକାରପୁର,କଣାସ,ପୁରୀ 
ଯୋଗାଯୋଗ - ୮୯୧୭୪୮୦୫୩୬



Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା