ଚନ୍ଦ୍ର ଗ୍ରହଣ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

        ସମ୍ପାଦକ - ଉଦୟ ଭାନୁ 

ଚନ୍ଦ୍ରରେ ଆଜି ଲାଗିଛି ଗ୍ରହଣ
ରାହୁ କରିଅଛି ତାହାକୁ ଗ୍ରାସ , 
ପୂର୍ଣ୍ଣିମାର ଏଇ ପୂର୍ଣ୍ଣ ଚନ୍ଦ୍ରମା
ଢ଼ାଳୁନାହିଁ ତା'ର ସ୍ବଚ୍ଛ ଆଲୋକ ।
ଅନ୍ଧକାରମୟ ଦିଶଇ ପଥ
ସତେ ଏ ଚନ୍ଦ୍ର ଗୋଟେ ଅଭିଶପ୍ତ ,
ପକ୍ଷେ ଛିଡ଼ି ପୁଣି ପକ୍ଷେ ବଢ଼ଇ
ରାହୁ ଗର୍ଭେ ଆଜି କରୁଛି ଯୁଦ୍ଧ ।
ବିପଦ କାଳେ କେହି ନାହିଁ ତା'ର
ଭୟେ ଲୁଚିଛନ୍ତି ଦେବ ସକଳ ,
ଏକା ଚନ୍ଦ୍ର ଏଠି କରେ ସଂଙ୍ଘର୍ଷ 
ବିପଦେ ପଡ଼ିଛି ଜୀବନ ତା'ର ।
ଏଡ଼ିକି ନିଷ୍ଠୁର ଏ ରାହୁ ବୀର
ଚନ୍ଦ୍ରକୁ ଭାବିଲା ପାଚିଲା ଫଳ ,
କ୍ଷୁଧା ଯନ୍ତ୍ରଣା ସହି ନ ପାରିଣ
ଭକ୍ଷଣ କରିଲା ରୋହିଣୀବର ।

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା