ନବୀନ ନରେନ୍ଦ୍ର

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

ସମ୍ପାଦକ- ଉଦୟ ଭାନୁ 



ଏତେଦିନ ନବୀନ ଭାଇ ଆମ 
ରାଜସିଂହାସନେ କଲା ରାଜୁତି
ଯାହା କରି ନପାରିଲା ନବୀନ
କରି ଦେଖାଇଲା ନରେନ୍ଦ୍ର ମୋଦି ।
କେଇଟା ଦିନେ ବଦଳାଇ ଦେଲା 
ଆମ ଭାରତର ରୂପଲାବଣ୍ଯ
ଗାନ୍ଧୀ ନୀତି କରି ଅନୁସରଣ 
କଲା ସ୍ବଚ୍ଛ ଭାରତ ଅଭିଯାନ ।
ଧନ୍ଯ ନରେନ୍ଦ୍ର ମୋଦି ତୁମେ ଧନ୍ଯ
ଧନ୍ଯ ତୁମର ଏହି ଦେଶପ୍ରେମ 
ତୁମେ ହିଁ ଏଇ ଭାରତ ମାଟିର
ପ୍ରକୃତ ସୁଯୋଗ୍ୟ ବୀର ସନ୍ତାନ ।
ଦେଶ ଜନନୀର ସେବାରେ ମୋଦି
ନିଜକୁ କରିଛ ଉତ୍ସର୍ଗୀକୃତ 
ଦୂରରୁ ରହି ମୁଁ କରେ ପ୍ରଣାମ
ତୁମ ଯଶକିର୍ତ୍ତୀ ହେଉ ବିଦିତ ।
ଜାଣନ୍ତୁ ଜନତା ମୋଦି ନରେନ୍ଦ୍ର 
ପ୍ରକୃତ ରାଜନ ଆମ ଦେଶର 
ପ୍ରେମର ପଦ୍ମ ସେ ଫୁଟାଇ ଦେବ
କରିବେ ସର୍ବେ ଜୟ ଜୟକାର ।
ହସିବ ରାଇଜ ହସିବ ଦେଶ
ହସିବେ ଜନତା ନଥିବ ଦୁଃଖ
ଗରୀବର ସାଥି ମୋଦି ନରେନ୍ଦ୍ର 
ରହିଛି ରହିବ ଆମ ବିଶ୍ବାସ ।

ଭାଟପଡ଼ା , ନିରାକାରପୁର , କଣାସ ,ପୁରୀ 


Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା