ଧନ୍ଯ ତୁମ ସର୍ବଶିକ୍ଷା ଅଭିଯାନ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଚଉଦିଗେ ଆଜି ଶୁଭୁଅଛି ଦେଖ
ସର୍ବଶିକ୍ଷା ଅନନ୍ତ ବିଜୟ ନାଦ
ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ
ନୀତିରେ ଛାତ୍ରଛାତ୍ରୀ ଅନୁପ୍ରାଣିତ ।
ପାଠପଢ଼ା କଥା କିଏ ବା ପଚାରେ
ବିଦ୍ଯାଳୟେ ଛାତ୍ରଛାତ୍ରୀ ହନ୍ତସନ୍ତ
ପାଠପଢ଼ା ବୋଲି କିଛି ନାହିଁ ଆଉ
ମିଛେ ଖାଲି ଏହି ନୀତି ପ୍ରଚଳିତ ।
ପିଲାଙ୍କୁ ଦିଅନ୍ତି ମଧ୍ଯାହ୍ନ ଭୋଜନ
ଭୋଜନ ନୁହେଁ ସେ ବିଷ ବୋଲି ଜାଣ
କାହାର ଭୁଲ୍ ଇଏ କାହାର ଠିକ୍
ଜାଣିଛି କିଏ ବା କରିବ ବଖାଣ ।
ଡାକ୍ତର ବୈଦ୍ଯ ଉଠାଉଛନ୍ତି ଲାଭ
ମନେ ମନେ ଭଜନ୍ତି ଚକାନୟନ
ସବୁଦିନ ଚାଲିଥାଉ ଏହିପରି
ଦିବ୍ଯଦୃଷ୍ଟି ଟିକେ ଦିଅନ୍ତୁ ଆପଣ ।
ଧନ୍ଯ ସରକାର ତୁମର ପ୍ରୟାସ
କେମିତି ଗଢ଼ିଛନ୍ତି ନୀତି ଆପଣ ?
ଶିକ୍ଷା ବଦଳରେ ଯନ୍ତ୍ରଣା ମିଳଇ
ଧନ୍ଯ ତୁମ ସର୍ବଶିକ୍ଷା ଅଭିଯାନ ।
ଭାଟପଡ଼ା , ନିରାକାରପୁର ,କଣାସ , ପୁରୀ
- Get link
- X
- Other Apps
Comments
Post a Comment