କରିନିଅ ପାଖ ଲୋକ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
%%%%%%%%%%%%%%%%%%
.
କୁହ କଳାକାହ୍ନୁ ପଚାରୁଛି ମନୁ
କିସ ପାଇଁ ଏସନେକ
ଦୁଃଖ ଅପ୍ରମିତ ଜୀବନ ବିଷାକ୍ତ
ଆପଣା ବି ପର ଲୋକ ।୦।
ସତ୍ଯର ପୂଜାରୀ ସାଜି ମୁଁ ଭଗାରି
ବିଚିତ୍ର ଏ କି ବିଚାର
କେଉଁ ଜନ୍ମ କୃତ ଏ ଅଭିସମ୍ପାତ
ଅତ୍ର ଜନ୍ମେ ଭୋଗ ମୋର ।
ଜନମରୁ ଦୀନ ଦୁଃଖୀର ଜୀବନ
ପ୍ରତି ପାଦେ ପ୍ରାପ୍ତ ଅକ ।୧।
ତୁମର ଏ ଖେଳ ବୁଝିବା ଜଟିଳ
ଆମର ଏ ସାଧ୍ଯ ନାହିଁ
କାହାକୁ ହସାଅ କାହାକୁ କନ୍ଦାଅ
କାହା ପାଇଁ ଜଳେ ଜୁଇ ।
ସ୍ବାର୍ଥର ସଂସାର କେହି ନୁହେଁ କା'ର
ସବୁଠି ମିଛ ସମ୍ପର୍କ ।୨।
କାଲି ଯାଏଁ ମୋର ଥିଲେ ଯେ' ନିଜର
କରୁଥିଲେ କେତେ ସ୍ନେହ
ଆଜି ପର କରି କଲେ ହତଶିରୀ
ବୁକେ ମୋ' ଭରିଲେ କୋହ ।
ଦାରୁଣ ଦଇବ ଦେଲ ବଇଭବ
ବେନି ଲୋଚନେ ଲୋତକ ।୩।
ଅଛି କିବା ଆଉ ଆହେ ମହାବାହୁ
ଜୀବନ ଜିଇବା ମୋହ
ଜୁଇର ଶଯ୍ୟାରେ ଶୋଇଗଲା ପରେ
ସବୁକିଛି ଶାନ୍ତମୟ ।
ଶେଷ ଆଶା ମୋର ରଖନ୍ତୁ ଠାକୁର
କରିନିଅ ପାଖ ଲୋକ ।୪।
✨✨✨✨✨✨✨✨✨✨✨✨
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ସମ୍ପର୍କ - ୮୯୧୭୪୮୦୫୩୬
✨✨✨✨✨✨✨✨✨✨✨✨
- Get link
- X
- Other Apps
Comments
Post a Comment