ତାତ୍ଯା ତୋପେ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

ସମ୍ପାଦକ - ଉଦୟ ଭାନୁ 

ମହାରାଷ୍ଟ୍ରର ନାସିକ ନିକଟସ୍ଥ 

ଯେଓଳା ମରାଠି ପରିବାର 

ଧନ୍ଯ ହୋଇଯାଇଥିଲେ 

ଜଣେ ପୁଣ୍ଯାତ୍ମା ପୁତ୍ରଟେ ପାଇ 

ଅଠର ଶହ ଚଉଦ ଥିଲା 

ପବିତ୍ର ଦିବସଟିଏ 

ପଣ୍ଡୁରଙ୍ଗ ରାଓ ତୋପେଙ୍କ କୁଟୀରେ

ଶୁଭିଥିଲା କୁଆଁ କୁଆଁ ରଡି ।

ଶ୍ରଦ୍ଧାରେ ନାମକରଣ କରିଥିଲେ 

ରାମଚନ୍ଦ୍ର ପଣ୍ଡୁରଙ୍ଗ ତୋପେ 

ଶଶିକଳା ପରି ବଢ଼ି ଚାଲିଥିଲେ 

ବାଲ୍ଯରୁ ବନିଲେ ଯୁବା ।

ବ୍ରିଟିଶ୍‌ ଶାସନରେ କ୍ଷୁବ୍ଧ ହୋଇ 

ଲମ୍ଫ ଦେଇଥିଲେ ଭାରତ ବିଦ୍ରୋହେ 

ପାଲଟି ଯାଇଥିଲେ ଜନୈକ 

ଅଗ୍ରଗାମୀ ନେତାଟିଏ ।

ବ୍ରିଟିଶ୍‌ ବିରୁଦ୍ଧରେ ସ୍ବର ତୋଳିବାକୁ 

ପୂର୍ଣ୍ଣ ପ୍ରସ୍ତୁତିରେ ତୋପେ 

ମଣ୍ଡନ କଲେ ସେନାପତି ପଦବୀ 

ଖୁବ୍‌ ଧୁରନ୍ଧର ତହିଁରେ ସେ ।

ଅଦମ୍ୟ ସାହସ ଯୋଗୁଁ 

ପରିଚିତ ହୋଇପାରିଥିଲେ 

ସର୍ବ ଭାରତୀୟଙ୍କ ସମୀପେ 

ତାତ୍ଯା ତୋପେ ରୂପରେ ।

ଇତିହାସର ଦେଶ ପ୍ରୀତି ଫର୍ଦ୍ଦରେ 

ଅଲିଭା ଅକ୍ଷରେ ଲିପିବଦ୍ଧ 

ଜଣେ ମହାନ ଦେଶ ସେବକ 

ଅଦମ୍ୟ ସଂଗ୍ରାମୀଟେ ଭାବରେ ।

ଅଠର ଶହ ସତାବନ ବିପ୍ଳବ 

ଥରାଇ ଦେଇଥିଲା ବ୍ରିଟିଶ୍‌ ହିଆ ; 

ତାତ୍ଯା ତୋପେଙ୍କ ରଣ ଗର୍ଜନେ 

ଭୀତତ୍ରସ୍ତ ଇଂରେଜ ସଇନ ।

ତୋପେଙ୍କ ବିରୁଦ୍ଧାତ୍ମକ 

ଅଭିଯୋଗକୁ ଭିତ୍ତି କରି 

ମିଳିଥିବା ମୃତ୍ଯୁ ଦଣ୍ଡ ଆଦେଶକୁ 

କରିନେଲେ ସାହସେ ସ୍ବୀକାର ।

ତାଙ୍କର ଅନ୍ତିମ ବଚନଟି ଥିଲା 

କେବଳ ମରଠା ନୃପ ପେସବାଙ୍କ 

ଆନୁଗତ୍ୟ ହିଁ ମୋର ସ୍ବୀକାରଯୋଗ୍ଯ 

ଅନ୍ୟ କାହାରି ବି ନୁହେଁ ।

ଅଠର ଶହ ଅଣଷଠି ଏପ୍ରିଲ 

ଅଠର ତାରିଖ ଥିଲା 

ତାତ୍ଯା ତୋପେଙ୍କର ଘାତଚନ୍ଦ୍ର ; 

ଲିଭି ଯାଇଥିଲା ଜଳନ୍ତା ଦୀପଟି ।

ଅବିକା ବି ଚିର ଅମର ସେ 

ପ୍ରତି ଭାରତୀୟଙ୍କ ହୃଦ ମନରେ 

ସ୍ମରୁଛନ୍ତି ପ୍ରତ୍ଯେକ ଜନତା 

ସ୍ମରୁଛି ପୁନଃ ଭାରତ ମାତା ।।   

ଭାଟପଡ଼ା, ନିରାକାରପୁର,କଣାସ (ପୁରୀ)

ଫୋ- ୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା