ମାରିନେଲେ ମହାପାତ୍ରେ ଚାହିଁଥା'ରେ ଜଳକା
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ହୃଦୟ ବିବରୁ ପ୍ରେମ କରୁଥିଲା
ଝିଅଟିକୁ ପୁଅଟିଏ
ଝିଅଟି ଚାହିଁଛି ଆଉ କାହା ପଥ
ସେ କଥା ଜାଣିଛି କିଏ ?
ଏକପକ୍ଷ ପ୍ରେମ ପରା ମୂଲ୍ୟହୀନ
ପ୍ରାପ୍ତି ଆଶା ପୁରା ନାସ୍ତି
ସବୁ ଜାଣିଶୁଣି କାହିଁକି କେଜାଣି
ଟୋକୀ ସାଥେ କରେ ମସ୍ତି ।
ଶେଷରେ ବିଫଳ ପ୍ରେମିକ ପ୍ରବର
ନିରାଶେ ପଡ଼ିଲା ଥକି
ଜାଣିଲା ଯେବେଠୁ ପ୍ରେମିକା ତାହାର
ଆଉ କା' ସାଥେ ବୁଲୁଛି ।
ପିଜୁଳି ଗଛକୁ ଆଶା କରିଥିଲା
ପକ୍ବ ପିଜୁଳିକୁ ଦେଖି
ରାଜା ପୁଅ ଆସି ତୋଳି ନେଇଗଲା
ଅନେଇ ରହିଥା' ବସି ।
କାହିଁକି ଏମିତି ପ୍ରେମ କରୁଥିଲୁ
ମିଳିଲା ଶେଷରେ ଧୋକା
ମାରି ନେଇଗଲେ ମହାପାତ୍ରେ ଆସି
ଚାହିଁଥା'ରେ ତୁ ଜଳକା ।
ସମ୍ପାଦକ(ପ୍ରତିଷ୍ଠାତା) - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ , ସୁଦେଷ୍ଣା ଖବରକାଗଜ
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment