ଅନନ୍ତ ବାସୁଦେବ ସ୍ତୁତିକା

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 


ଅଜର ଅମର ତୁମେ ଅବ୍ଯକ୍ତ ଠାକୁର
ଅମାପ ଅଂଶଳ ଶ୍ରୀନାଥ ଜଗଦୀଶ୍ବର । 
ଅନନ୍ତ ନାଗ ପଲଙ୍କେ କ୍ଷୀର ସମୁଦ୍ରରେ
ଅକୃତର ଅକ ନାଶ ଶୋଇ ନିଶ୍ଚିନ୍ତରେ ।

ଅହରହ ଯୋଗେ ରତ ଅନନ୍ତ ଗୋସାଇଁ 
ଅଂହ୍ରି ସେବୁଛନ୍ତି ମହାଲକ୍ଷ୍ମୀ ମହାମାୟୀ ।
ଅଗିର ଶଶାଙ୍କ ନିତ୍ଯ ପଦେ ପ୍ରଣମନ୍ତି
ଅନଳ ଅନିଳ ନତ ମସ୍ତକେ ନମନ୍ତି ।

ଅନୁଗ ଦେବର୍ଷି ନାରଦ କରନ୍ତି ସ୍ତବ
ଅପେକ୍ଷାରେ ଖଗ ଅଛି ଅନୁଜ୍ଞାକୁ ତବ ।
ଅନାଥ ଜନର ନାଥ ତୁମେ ବାସୁଦେବ
ଅନ୍ତଃକରଣୁ ହକାରେ ରଖନ୍ତୁ କେଶବ ।

ଅଜସ୍ର ଯନ୍ତ୍ରଣା ହରି ଆହେ ଦଇତାରୀ 
ଅଙ୍କେ ତବ ସ୍ଥାନ ଦିଅ କରୁଛି ଗୁହାରି ।।

ସମ୍ପାଦକ(ପ୍ରତିଷ୍ଠାତା) - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ସମ୍ପାଦକ - ସୁଦେଷ୍ଣା ଖବରକାଗଜ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
              ୮୨୪୯୭୭୨୩୬୧ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା